ଅନୁଗୁଳ: ପରମ୍ପରାଗତ ଧାନ ଚାଷକୁ ଛାଡି ମହିଳା ଚାଷୀ ମାନେ ସୂର୍ଯ୍ୟମୁଖୀ ଭଳି ଅର୍ଥକରି ଫସଲ କରିବା ଅନୁଗୁଳ ଜିଲ୍ଲା ପାଇଁ ଏକ ନୂଆ ଅନୁଭବ ହୋଇ ଥିଲେ ମଧ୍ୟ କିଶୋରନଗର ନାକଚି ଅଞ୍ଚଳରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ୪୦ ଜଣ ସଦସ୍ୟ ମିଶି ୨୫ ଏକର ଜମିରେ ସୂର୍ଯ୍ୟମୁଖୀ ଚାଷ କରୁଛନ୍ତି। ଡିଏମଏଫ ଫଣ୍ଡର ସହାୟତା ଏବଂ ଏପିଏଫ ପ୍ରକଳ୍ପର ତାଲିମ ଅନୁସାରେ ଏହି ମହିଳା ଚାଷୀ ମାନେ ସୂର୍ଯ୍ୟମୁଖୀ ଚାଷ କରିବା ସହ ଏହାର ଅମଳ ଏବଂ ମଞ୍ଜିରୁ ତେଲ ବାହାର କରିବା ଏବଂ ସେସବୁକୁ ବଜାର ରେ ବିକ୍ରି କରିବା ପର୍ଯ୍ୟନ୍ତ ସବୁ ସୋପାନର ତାଲିମ ନେଇଛନ୍ତି। ଏହାଦ୍ୱାରା ସେମାନଙ୍କର ରୋଜଗାର ଦ୍ବିଗୁଣିତ ହେବ ବୋଲି ସେମାନେ ଆଶା ରଖିଛନ୍ତି।
ମହିଳା ଗୋଷ୍ଠୀ କଲେ ସୂର୍ଯ୍ୟମୁଖୀ ଚାଷ
- Post published:April 17, 2023
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul