ମଦ ଭାଟି ବନ୍ଦ ପାଇଁ ମହିଳାଙ୍କ ଆନ୍ଦୋଳନ

You are currently viewing ମଦ ଭାଟି ବନ୍ଦ ପାଇଁ ମହିଳାଙ୍କ ଆନ୍ଦୋଳନ

ବନ୍ତଳା: ଅନୁଗୁଳ ବ୍ଲକ କୁମୁରିସିଂହା ପଞ୍ଚାୟତ ବଡବାହାଳ ଗ୍ରାମକୁ ମଦ ମୁକ୍ତ କରିବା ଉଦ୍ଦେଶ୍ୟରେ ମହିଳା ମାନେ ଏକତ୍ର ହୋଇ ଗ୍ରାମରେ ଏକ ସଭା କରିଛନ୍ତି। ସୂଚନା ଯେ, ଆଜକୁ କିଛିଦିନ ତଳେ କିଛି ଫାଇନାନ୍ସ କମ୍ପାନୀ ଗାଁକୁ ଆସି ଗ୍ରାମର ମହିଳାମାନଙ୍କୁ ଲୋନ୍ ଦେଇଥିଲେ। ହେଲେ ଏବେ ମହିଳାମାନେ ସେ ଟଙ୍କାର ସୁଧ ମୂଳ ସୁଝିବାକୁ ଅସମର୍ଥ।

ଗାଁରେ ମଦ ଭାଟି ଥିବାରୁ ଅଧିକାଂଶ ମହିଳାଙ୍କ ସ୍ବାମୀମାନେ ଘରୁ କାମକୁ ନଯାଇ ଘରୁ ଟଙ୍କା ଜୋର ଜବରଦସ୍ତ ନେଇଆସି ଦିନରାତି ମଦ ଭାଟିରେ ମଦ ପିଉଛନ୍ତି। ବାରଣ କଲେ ସ୍ତ୍ରୀମାନଙ୍କୁ ମାଡ ମଧ୍ୟ ମାରୁଥ‌ିବା ଅଭିଯୋଗ ଆଣିଛନ୍ତି। ଏନେଇ ସୋମବାର ଗାଁ ସଭାପତିଙ୍କ ନେତୃତ୍ଵରେ ମହିଳାମାନେ ଏକତ୍ରିତ ହୋଇ ଗାଁରେ ତଥା ସେ ପଞ୍ଚାୟତରେ ମଦ ଦୋକାନ କେମିତି ବନ୍ଦ କରାଯିବ ସେନେଇ ଆଲୋଚନା କରିଥିଲେ। ମଦ ବନ୍ଦ ନହେଲେ ଆଗାମୀ ଦିନରେ ଜିଲ୍ଲା ପ୍ରଶାସନର ଦ୍ବାରସ୍ଥ ହେବେ ନହେଲେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ମହିଳାମାନେ ଚେତାବନୀ ଦେଇଛନ୍ତି।

Share

Leave a Reply