ଅନୁଗୁଳ: ନାଲକୋ ଥାନା କାଣ୍ଡସରରେ ଗତ ଶୁକ୍ରବାର ଜଣେ ଶ୍ରମିକର ଅଂଶୁଘାତରେ ମୃତ୍ୟୁ ହୋଇଥିବା ପରିବାରାଲୋକ ଦାବି କରିଛନ୍ତି। ନୟାଗଡ଼ ଜିଲ୍ଲା ଖଣ୍ଡପଡ଼ା ଥାନା ଅନ୍ତର୍ଗତ ପଥରଦ୍ୱାର ଗାଁର ପ୍ରକାଶ ବିଶ୍ଵାଳ (୪୦) କାଣ୍ଡସରରେ ରହି ମୂଲ ମଜୁରୀ କରି ଚଳନ୍ତି। ସେ ଗତକାଲି ଦିନ ସାରା ଜଣେ ଘର ମାଲିକର ମାଙ୍କଡାପଥରରେ ଘର କାମ କରିଥିଲେ। ଉପରବେଳା ସେ ଅସୁସ୍ଥ ହୋଇପଡ଼ିଥିଲେ। ଘରକୁ ଫେରି ସେ ଖସି ପଡ଼ିଥିଲେ। ଘରଲୋକ ତାଙ୍କୁ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। କିନ୍ତୁ ପ୍ରକାଶଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।ପ୍ରକାଶଙ୍କ ମୃତ୍ୟୁ ଅଂଶୁଘାତ ଜନିତ ହୋଇଛି ନା ନାହିଁ ତାହା ଜାଣିବା ପାଇଁ ପୋଲିସ ଶବ ବ୍ୟବଚ୍ଛେଦ କରାଇ ତଦନ୍ତ କରୁଛି ।
ଅଂଶୁଘାତରେ ଶ୍ରମିକର ମୃତ୍ୟୁ !!!
- Post published:April 27, 2024
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul