ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ସ୍ଥିତ ଏନଟିପିସି ପ୍ଲାଣ୍ଟରେ ଆଜି ସକାଳେ ଫାୟାର ସିଲିଣ୍ଡର ଫାଟି ଜଣେ କର୍ମଚାରୀ ଗୁରୁତର ହୋଇଛନ୍ତି। ଗୁରୁତର ଜଣକ ହେଲେ ଟୋଲକବେଡା ଗ୍ରାମର ଲୋକନାଥ ସାହୁ।
ସୂଚନା ମୁତାବକ, ଲୋକନାଥ ବଏଲର ସାଇଡ୍ ୯ ନମ୍ବର ଫ୍ଲୋର ରେ କାର୍ଯ୍ୟରତ ଥିବା ବେଳେ ଫାୟାର ସିଲିଣ୍ଡର ଫାଟି ଯାଇଥିଲା। ଫଳରେ ସେ ଚିତ୍କାର କରି ତଳେ ପଡିଯାଇଥିଲେ। ତାଙ୍କ ପାଟି ଶୁଣି କର୍ମଚାରୀ ଆସି ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଏନଟିପିସି ମେଡିକାଲ ଓ ପରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ମେଡିକାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ମୁହଁ ପୋଡି ଯାଇଥିବା ବେଳେ ଡାହାଣ ଆଖିରେ ଗଭୀର ଆଘାତ ଲାଗିଛି।
ତେବେ କମ୍ପାନୀର ଅବହେଳା ଯୋଗୁଁ ଏନଟିପିସିରେ ବାରମ୍ବାର ଏପରି ଦୁର୍ଘଟଣା ଘଟୁଥିବା କର୍ମଚାରୀ ଅଭିଯୋଗ କରିଛନ୍ତି।