ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କର୍ମଶାଳା: ଦୁର୍ନୀତିମୁକ୍ତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ

You are currently viewing ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ କର୍ମଶାଳା: ଦୁର୍ନୀତିମୁକ୍ତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ଉପରେ ଗୁରୁତ୍ୱାରୋପ

ଅନୁଗୁଳ: ଅନୁଗୁଳ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଏକ କର୍ମଶାଳା ରବିବାର ଅନୁଷ୍ଠିତ ହୋଇଛି। ସ୍ଥାନୀୟ ସହର ଉପକଣ୍ଠ ପଞ୍ଚମହଲ୍ଲାସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷରେ ଆୟୋଜିତ ବୈଠକରେ ସଂଘର ସଭାପତି ଦ୍ୱାରିକା ପ୍ରସାଦ ନନ୍ଦ ଅଧ୍ୟକ୍ଷତା କରିଥିଲେ। ବୈଠକରେ ସାମ୍ୱାଦିକ ସୁରକ୍ଷା ଆଇନ, ସ୍ୱାସ୍ଥ୍ୟ ବୀମା ରାଶି ବୃଦ୍ଧି, ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା ସମ୍ପର୍କରେ ଆଲୋଚନା କରାଯାଇଥିଲା।

ଏ ଅବସରରେ ଦୁର୍ନୀତିମୁକ୍ତ ସମାଜ ଗଠନରେ ଗଣମାଧ୍ୟମର ଭୂମିକା ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା। କର୍ମଶାଳାରେ ମୁଖ୍ୟଅତିଥି ଭାବେ ନିଖିଳ ଓଡ଼ିଶା ଆଇନଜୀବୀ ମହାସଂଘର ମୁଖ୍ୟ ଉପଦେଷ୍ଟା ତଥା ବରିଷ୍ଠ ଆଇନଜୀବୀ ସୁବାସ ଚନ୍ଦ୍ର ମିଶ୍ର, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଶାନ୍ତନୁ ସର, ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କୈଳାଶ ଚନ୍ଦ୍ର ବେହେରା ଯୋଗ ଦେଇଥିଲେ।

କର୍ମଶାଳାରେ ବରିଷ୍ଠ ସାମ୍ବାଦିକ ଗୋପାଳ ଚନ୍ଦ୍ର ନାଥ, ସୁଧୀରେନ୍ଦ୍ର ପରିଜା, ସଞ୍ଜୟ କୁମାର ବିଶୋଇ, ସୁବ୍ରତ ତ୍ରିପାଠୀ, ଶୁଭ୍ରାଂଶୁ ପ୍ରଧାନ, ପ୍ରଦୀପ ମହାରଣା, ଅଶୋକ ଜେନା, ଜମ୍ବେଶ୍ୱର ପଟ୍ଟନାୟକ, ଭାଗ୍ୟରଥି ମହାପାତ୍ର, ରାକେଶ ସାମଲ, ବିଶ୍ୱରଞ୍ଜନ ପଟ୍ଟନାୟକ, ସୁଶୀଲ କୁମାର ନନ୍ଦ, ଅମିତ ମୋଦୀ, ନବଘନ ବେହେରା, ସୁବାସ ସାହୁ, ଚତୁର୍ଭୁଜ ନନ୍ଦ, ସରୋଜ ନାଥ, ଅଜିତ ପ୍ରଧାନ, ଦେବଜ୍ୟୋତି ରାହୁଲଙ୍କ ସମେତ ଜିଲ୍ଲାର ବହୁ ସାମ୍ୱାଦିକ ଯୋଗ ଦେଇଥିଲେ।

Share

Leave a Reply