ସ୍ଵର୍ଣ୍ଣଲତା ରାଧାମୋହନ ଫାଉଣ୍ଡେସନ ପକ୍ଷରୁ କର୍ମଶାଳା

You are currently viewing ସ୍ଵର୍ଣ୍ଣଲତା ରାଧାମୋହନ ଫାଉଣ୍ଡେସନ ପକ୍ଷରୁ କର୍ମଶାଳା

ଅନୁଗୁଳ: ସ୍ଥାନୀୟ ସଂସ୍କୃତି ବିଭାଗ ପାଠାଗାର ପରିସରରେ ସ୍ଵର୍ଣ୍ଣଲତା ରାଧାମୋହନ ଫାଉଣ୍ଡେସନ ପକ୍ଷରୁ ଗୁରୁବାର ଏକ କର୍ମଶାଳା ଆୟୋଜିତ ହୋଇଯାଇଛି।

ବର୍ଷିଆନ ସ୍ୱାଧୀନତା ସଂଗ୍ରାମୀ ତଥା ସମାଜସେବୀ କ୍ରିଷ୍ଣା ମହାନ୍ତି ଏହି କର୍ମଶାଳାକୁ ଉଦଘାଟନ କରି ଶିକ୍ଷାବିତ ସ୍ବର୍ଗତ ରାଧାମୋହନଙ୍କ ଭଲ ମଣିଷ ଗଢ଼ିବାର କୌଶଳ ଏବଂ ତାଙ୍କର ନିଷ୍ଠା ଓ ସାଧୁତାର ଉଚ୍ଚ ପ୍ରଶଂସା କରିଥିଲେ। ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷାବିତ ଡ଼ା ଧରଣୀଧର ନାଥ, ଶାନ୍ତନୁ କୁମାର ସର, ଡା ରମା ଗଡ଼ନାୟକ, କୁମୁଦ ଚନ୍ଦ୍ର ସାହୁ କବୟିତ୍ରୀ ଇନ୍ଦିରା ଦାଶ ଏବଂ ସ୍ଵର୍ଣ୍ଣଲତା ଫାଉଣ୍ଡେସନର ମୁଖ୍ୟ ଅଧ୍ୟାପକ ବିଶ୍ୱ ରଞ୍ଜନ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମାରୋହରେ ସ୍ବପ୍ନ ଓ ସଂକଳ୍ପ ର ସବ୍ୟସାଚୀ ହରେକୃଷ୍ଣ ମହତାବ, ରାଷ୍ଟ୍ର ଗଠନରେ ସାମ୍ବାଦିକ ଓ ସାହିତ୍ୟକଙ୍କ ଭୂମିକା ଉପରେ ଅତିଥିମାନେ ସାର ଗର୍ଭକ ଭାଷଣ ଦେଇଥିଲେ। ଶାନ୍ତନୁ କୁମାର ସର ଜାତୀୟ ଶିକ୍ଷାନୀତିର ବିଭିନ୍ନ ଦିଗ, କମ୍ପୁଟର ଶିକ୍ଷା, ମାତୃଭାଷା ମାଧ୍ୟମରେ ଶିକ୍ଷା ଉପରେ ଆଲୋଚନା କରିଥିଲେ। ଆଡ଼ଭୋକେଟ ବସନ୍ତ ଦାସ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ। ସମାରୋହରେ ଆଡ଼ଭୋକେଟ ଦାସଙ୍କୁ କ୍ରୀଡା ସଂଗଠକ ଭାବେ, କ୍ରିଷ୍ଣା ମହାନ୍ତିଙ୍କୁ ସମାଜ ସେବା, ରମା ଗଡ଼ନାୟକଙ୍କୁ ସାହିତ୍ୟ ଏବଂ ଡା ଶଶାଙ୍କ ଶେଖର ସାହୁଙ୍କୁ ଦାନ୍ତ ଚିକିତ୍ସା କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ବର୍ଗତ ରାଧାମୋହନଙ୍କ ଉପରେ ଏକ ପୁସ୍ତକ କୁ.ଅତିଥି ମାନେ ଉନ୍ମୋଚନ କରିଥିଲେ ବହୁ ସାହିତ୍ୟ ଅନୁରାଗୀ, ବୁଦ୍ଧିଜୀବି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଶେଷରେ କବିତା ପାଠ ଆୟୋଜିତ ହୋଇଥିଲା।

Share

Leave a Reply