ଶିକ୍ଷା ଶିକ୍ଷକ ଓ ଉତ୍ତରଦାୟିତ୍ୱ ଉପରେ କର୍ମଶାଳା

You are currently viewing ଶିକ୍ଷା ଶିକ୍ଷକ ଓ ଉତ୍ତରଦାୟିତ୍ୱ ଉପରେ କର୍ମଶାଳା

ଅନୁଗୁଳ: ଜିଲ୍ଲା ସଂସ୍କୃତି ପାଠାଗାର ପରିସରରେ ଆଜି ଶିକ୍ଷା ଶିକ୍ଷକ ଓ ଉତ୍ତରଦାୟିତ୍ୱ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାକୁ ଗବେଷିକା ତଥା ଇତିହାସକାର ଡ଼ା ରମା ମଞ୍ଜରୀ ସାହୁ ଉଦଘାଟନ କରିଥିଲେ। ଅନ୍ୟ ବିଶିଷ୍ଟ ଅତିଥି ରୂପେ ପ୍ରଫେସର କୁମୁଦ ଚନ୍ଦ୍ର ଦାସ,ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ଏବଂ ଶିକ୍ଷାବିତ୍ ଡ଼ା ଧରଣୀ ଧର ନାଥ ଯୋଗ ଦେଇଥିଲେ।ସ୍ୱର୍ଣଲତା ଓ ରାଧାମୋହନ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଅତିଥିମାନେ ଆଜିର ଶିକ୍ଷା ବ୍ୟବସ୍ଥା ରେ ଘଟୁଥିବା ପରିବର୍ତ୍ତନ ଛାତ୍ର ସମାଜକୁ କିଭଳି ଆତ୍ମନିର୍ଭରଶୀଳ ଓ ଅଧିକ ଗବେଷଣାମନସ୍କ କରୁଛି ତାହା ଉପରେ ଅତିଥିମାନେ ଆଲୋଚନା କରିଥିଲେ।ଶିକ୍ଷାର ପରିସର ବ୍ୟାପକ ହୋଇଚି କିନ୍ତୁ ଶିକ୍ଷାରେ ନୈତିକତାର କେବଳ ଥିଓରୀ ପଢ଼ାଯାଉଛି ଯାହା ଛାତ୍ରମାନଙ୍କ ଭବିଷ୍ୟତ ଗଢିବାରେ ବାଧକ ହେଉଛି। ଶିକ୍ଷକମାନେ ଅନେକ ସମୟରେ ଅଣଶୈଖିକ କାର୍ଯ୍ୟରେ ବ୍ୟସ୍ତ ରହୁଛନ୍ତି ଯାହା ଶିକ୍ଷାଦାନର ପରିସରକୁ ଅଯଥା ସଙ୍କୁଚିତ କରୁଛି।ଶିକ୍ଷକ ତାର ଉତ୍ତରଦାୟିତ୍ୱକୁ ଠିକ୍ ରୂପେ ହୃଦୟଙ୍ଗମ କଲେ ସେମାନଙ୍କ ଲକ୍ଷ୍ୟ ସାଧନ ହୋଇପାରିବ।ସମାରୋହରେ ଅଧ୍ୟାପକ ବିଶ୍ୱରଂଜନ ପ୍ରଧାନ ତାଙ୍କ ପିତା ରାଧାମୋହନ ପ୍ରଧାନ କିଭଳି ଯୋଗଜନ୍ମା ଶିକ୍ଷାବିତ୍ ଥିଲେ ଏବଂ ଜିଲ୍ଲାରେ ଶିକ୍ଷା କ୍ଷେତ୍ରରେ ଅନେକ ମାଇଲଖୁଣ୍ଟ ପ୍ରତିଷ୍ଠା କରିଥିଲେ ତାହା ବର୍ଣ୍ଣନା କରିଥିଲେ।ସମାରୋହରେ ଆଇନଜୀବି ବସନ୍ତ ଦାସ ଅତିଥି ପରିଚୟ ପ୍ରଦାନ କରିଥିଲେ। ଗିତାମୟୀ ମହାପାତ୍ର ଓ ଶିବରାମ ଦ୍ବିବେଦୀ ସମାରୋହ ପରିଚାଳନା ରେ ସହାୟତା କରିଥିଲେ। ଶିକ୍ଷାବିତ୍ ରାଧାମୋହନଙ୍କ ଜନ୍ମ ଶତବାର୍ଷିକୀ ଅବସରରେ ଏକ ପୁସ୍ତକ ଉନ୍ମୋଚିତ ହୋଇଥିଲା।ସମାରୋହରେ ଶିକ୍ଷକ ପ୍ୟାରୀମୋହନ ରାଉତ,ସମାଜସେବୀ କୁଞ୍ଜବିହାରୀ ଦାଶ ଓ ଓଡ଼ିଶୀ ନୃତ୍ୟାଙ୍ଗନା ସ୍ଵପ୍ନାରାଣୀ ସିହ୍ନାଙ୍କୁ ଅଙ୍ଗବସ୍ତ୍ର ଓ ପୁଷ୍ପଗୁଚ୍ଛ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା ।

Share

Leave a Reply