ଅନୁଗୁଳ: ଡ୍ରିମ୍ ଫର୍ ଅନୁଗୁଳ ଓ ଆମ ପ୍ରତିଭା ଆମ ସ୍ବାଭିମାନ ପକ୍ଷରୁ ବାଜିରାଉତ ଛାତ୍ରାବାସରେ ‘ବିଶ୍ବ ପୁସ୍ତକ ଦିବସ’ ପାଳିତ ହୋଇଛି। ଡ୍ରିମ୍ ଫର୍ ଅନୁଗୁଳର ସଂଯୋଜକ ଗୋପାଳ ଚନ୍ଦ୍ର ନାଏକଙ୍କ ତତ୍ତ୍ଵାବଧାନରେ କାର୍ଯ୍ୟକ୍ରମକୁ ସଂଗଠକ ପର୍ଶୁରାମ ଦାଶ ପରିଚାଳନା କରିଥିଲେ। ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟ କଲ୍ୟାଣ କିଶୋର ମହାନ୍ତି ଓ ଅବସରପ୍ରାପ୍ତ ଅଧ୍ୟାପକ ବିଶ୍ବରଞ୍ଜନ ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗ ଦେଇ “ଶିକ୍ଷା ହେଉଛି ଶକ୍ତି”, ଏଣୁ ପ୍ରତ୍ୟେକ ଛାତ୍ରଛାତ୍ରୀ, ଯୁବ ସମାଜ ତଥା ପ୍ରତ୍ୟେକ ବର୍ଗର ବ୍ୟକ୍ତି ପୁସ୍ତକ ପଢ଼ିବା ଆବଶ୍ୟକ ବୋଲି କହିଥିଲେ। ଆମ ପ୍ରତିଭା ଆମ ସ୍ବାଭିମାନର ପ୍ରତିଷ୍ଠାତା ମହେଶ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ, ବହି ଆମର ସାଥୀ ବିଚାର କରିବା ତେବେ ତା’ ପ୍ରତି ଭଲପାଇବା ବଢ଼ିବ ଓ ତାକୁ ଆପଣାଇ ନେଇପାରିବା ବୋଲି କହିଥିଲେ। ଛାତ୍ରାବାସର ଛାତ୍ରଛାତ୍ରୀଙ୍କୁ ମହାପୁରୁଷଙ୍କ ମାର୍ଗଦର୍ଶିକା ପୁସ୍ତକ ବଣ୍ଟନ କରାଯାଇଥିଲା।
ଅନ୍ୟତମ ଅତିଥି ଭାବେ ଏସ୍.ୟୁ.ସି.ଆଇ. ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଭ୍ୟ ବ୍ରଜବନ୍ଧୁ ସାହୁ, ବାଜି ରାଉତ ଛାତ୍ରାବାସର କାର୍ଯ୍ୟକାରୀ ସଭାପତି ଅନ୍ତର୍ଯ୍ୟାମୀ ବରାଳ ପ୍ରମୁଖ ଉପସ୍ଥିତ ରହିଥିଲେ। ଶେଷରେ ଆମ ପ୍ରତିଭା ଆମ ସ୍ବାଭିମାନର ସମ୍ପାଦକ ଦିନେଶ ପ୍ରଧାନ ଧନ୍ୟବାଦ ଦେଇଥିଲେ।
ବିଶ୍ଵ ପୁସ୍ତକ ଦିବସ ପାଳିତ: ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କୁ ବହି ପଢ଼ିବାକୁ ପରାମର୍ଶ
