ଅନୁଗୁଳ: ଅନୁଗୁଳ ବ୍ଲକ୍ ଅନ୍ତର୍ଗତ ବେତର ଗ୍ରାମରେ ମରୁଡ଼ି ଓ ମରୁଭୂମି ପ୍ରତିରୋଧ ଦିବସ ପାଳିତ ହୋଇଛି। ୱାର୍ଡ ମେମ୍ବର ହାଡିବନ୍ଧୁ ବେହେରାଙ୍କ ଅଧ୍ଯକ୍ଷତାରେ ଅନୁଷ୍ଠିତ ସଚେତନତା ସଭାରେ ଗ୍ରାମର ଚିତ୍ରସେନ ପଧାନ, ପ୍ରଶାନ୍ତ ପ୍ରଧାନ, ପ୍ରକୃତି ପରିବେଶ ଓ ବନ୍ଯଜୀବନ ସମିତିର ସଂଯୋଜକ ପ୍ରିୟବ୍ରତ ବେହେରା ଅତିଥି ଭାବେ ଯୋଗ ଦେଇ ମରୁଡି ଓ ମରୁଭୂମି ପ୍ରତିରୋଧ ପାଇଁ ଗ୍ରହଣ କରିବାକୁ ଥିବା ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରିଥିଲେ।
ଜୈବିକ କୃଷି, ବୃକ୍ଷର ଉପଯୁକ୍ତ ଯତ୍ନ ଓ ଜୈବବିବିଧତା ସନ୍ତୁଳନ ଦ୍ବାରା ମରୁଡି ଓ ମରୁଭୂମିକୁ ପ୍ରତିହତ କରାଯାଇ ପାରିବ ବୋଲି ଅତିଥି ମାନେ ମତବ୍ଯକ୍ତ କରିଥିଲେ। ଶେଷରେ ବେତର ଗ୍ରାମର ଉଗ୍ରସେନ ପଧାନ, ପ୍ରକୃତି ପରିବେଶ ଓ ବନ୍ଯଜୀବନ ସମିତିର ବିନୟ କୁମାର ସାହୁ ପ୍ରମୁଖ କାର୍ଯ୍ଯକ୍ରମ ପରିଚାଳନାରେ ସହଯୋଗ କରିଥିଲେ।