ବିଶ୍ଵ ପରିବେଶ ଦିବସ ଅନୁଚିନ୍ତା: ଜଙ୍ଗଲ ବଢିଛି ଖଣି ଖାଦାନ ଶିଳ୍ପ ବି ବଢିଛି

0

ଅନୁଗୁଳ: ଅନେକେ ବିଶ୍ଵ ପରିବେଶ ଦିବସରେ ସଭା ସମିତି କରି ତାଳି ମାରିଦେବାକୁ ପସନ୍ଦ କରନ୍ତି କିନ୍ତୁ ଆଜି ସ୍ଥାନୀୟ ପରିବେଶ ଠାରୁ ବୈଶ୍ଵିକ ପରିବେଶ ଯାହା ସେଥିନେଇ ବୁଦ୍ଧିଜୀବି ମହଲରେ ଚିନ୍ତା ଉଦ୍ରେକ ହେଇଚି। ବିଶ୍ଵର ପରିବେଶରେ ଅବକ୍ଷୟ ଘଟୁଥିବା ନେଇ ବୈଜ୍ଞାନିକ ମାନେ ସତର୍କ କରି ସାରିଲେଣି।ଯେଭଳି ଭାବରେ ଜଙ୍ଗଲ ପଦା ହୋଇ ସହରୀକରଣ ହେଉଛି ତାହା ପରିବେଶ ଉପରେ କୁପ୍ରଭାବ ପକାଉଛି।ଓଜନ ସ୍ତରରେ ଛିଦ୍ର ଏବଂ ଗ୍ରୀନ ହାଉସ ପ୍ରଭାବ ହେତୁ ବିଶ୍ଵର ତାପମାତ୍ରା ବିପଦଜନକ ଭାବେ ବଢ଼ିବାରେ ଲାଗିଚି। ଅଧିକରୁ ଅଧିକ ସବୁଜିମା ନ ବଢ଼ିଲେ ଆମକୁ ନିସ୍ତାର ମିଳିବା କଷ୍ଟକର।ଅନୁଗୁଳ ଜିଲ୍ଲା କଥା ଯଦି କହିବା ଅଶି ଦଶକରୁ ଶିଳ୍ପାୟନ ଆରମ୍ଭ ହୋଇ ବର୍ତ୍ତମାନ ସୁଦ୍ଧା ଏହା ଶୀର୍ଷରେ ରହିଛି। ୨୦୨୩-୨୪ ଆର୍ଥିକ ବର୍ଷରେ ଛେଣ୍ଡିପଦା ବ୍ଲକରେ ଅଧିକ ଖଣି ଖୋଳ। ଯିବାର ସମ୍ଭାବନା ରହିଛି।ସ୍ପଞ୍ଜ ଲୁହା କାରଖାନା, ଲୌହ କାରଖାନା,ଆଲୁମିନିୟମ କାରଖାନା ଆଦି ଜିଲ୍ଲାରେ ବଢିଛି।

ଏହାଦ୍ବାରା ଜିଲ୍ଲାର ହାରାହାରି ତାପମାତ୍ରା ବଢୁଛି। ଅନୁଗୁଳ ସହରରେ ହଜାର ହଜାର ଏସି,ଫ୍ରିଜର ବ୍ୟବହାର ତାପମାତ୍ରା ବୃଦ୍ଧିରେ ଇନ୍ଧନ ଯୋଗାଉଛନ୍ତି। ଏ କ୍ଷେତ୍ରରେ ସହର ଭିତରେ ଓ ସହର ବାହାରେ ବ୍ୟାପକ ବୃକ୍ଷ ରୋପଣର ଆବଶ୍ୟକତା ରହିଛି।ଏକ ରିପୋର୍ଟ ଅନୁସାରେ ୨୦୧୭ ମସିହା ଠାରୁ ୨୦୧୯ ମସିହାରେ ଜିଲ୍ଲାରେ ଜଙ୍ଗଲର ପରିମାଣ ବୃଦ୍ଧି ପାଇଛି। ଜିଲ୍ଲାରେ ୩୭୧ ବର୍ଗ କିମି ଅଧିକ ଘଞ୍ଚ ଜଙ୍ଗଲ,୧୩୮୦ ବର୍ଗ କିମି ମଧ୍ୟମ ଧରଣର ଘଞ୍ଚ ଜଙ୍ଗଲ,୧୦୩୧ ବର୍ଗ କିମି ମୁକ୍ତ ଜଙ୍ଗଲ ଏହିପରି ମୋଟ ୨୭୮୨ ବର୍ଗ କିମି ଜଙ୍ଗଲ ରହିଛି। ୨୯୧୭ ମସିହା ଠାରୁ ଏହା ୨୭ ବର୍ଗ କିମି ଅଧିକ।ତେବେ ଆମ ଜିଲ୍ଲା ତୁଳନାରେ ବଉଦ୍,କନ୍ଧମାଳ,ସମ୍ବଲପୁର,ସୁନ୍ଦରଗଡ଼ ଆଦି ଜିଲ୍ଲାରେ ଅଧିକ ଜଙ୍ଗଲ ରହିଛି।ଅନୁଗୁଳ ଜିଲ୍ଲାରେ ନିକଟ ଭବିଷ୍ୟତରେ ଅଧିକରୁ ଅଧିକ ଖଣି ଖଦାନ ଖୋଳା ଯିବାକୁ ଥିବାବେଳେ ଅଧିକରୁ ଅଧିକ ବୃକ୍ଷରୋପଣର ଆବଶ୍ୟକତା ରହିଛି। ସହର ଭିତରେ ଓ ସହର ବାହାରେ ବ୍ୟାପକ ବୃକ୍ଷରୋପଣ କରାଯାଇ ଘଞ୍ଚ ସବୁଜିମା ସୃଷ୍ଟି କରାଯାଇପାରିଲେ ହିଁ ସ୍ଥାନୀୟ ପାଣିପାଗ ସନ୍ତୁଳିତ ରହିପାରିବ। ଏଥିପାଇଁ ଅଧିକରୁ ଅଧିକ ଜନ ସଚେତନତା ଆମକୁ ପରିବେଶ ଅବକ୍ଷୟରୁ ରକ୍ଷା କରିପାରିବ।

Leave A Reply

Your email address will not be published.

error: Content is protected !!