ଅନୁଗୁଳ: ଅନୁଗୁଳ ଜିଲ୍ଲା ଓ ଦୌରା ଜଜ ତଥା ଜିଲ୍ଲା ଆଇନସେବା ପ୍ରାଧିକରଣର ଅଧ୍ୟକ୍ଷ ଦାମୋଦର ରଥଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇଛି। ଏ ଅବସରରେ ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଗୁଳ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍ ହୃଷିକେଶ ଆଚାର୍ଯ୍ୟ, ପରିବାର ଅଦାଲତର ବିଚାରପତି ଚୌଧୁରୀ ପ୍ରବୀର କୁମାର, ମୁଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମୟୀ ଆଚାର୍ଯ୍ୟ, ସିଭିଲ୍ କୋର୍ଟ ରେଜିଷ୍ଟ୍ରାର ସୁକୁମାର ମହାପାତ୍ର, ବରିଷ୍ଠ ଦେଓ୍ବାନୀ ବିଚାରପତି ତଥା ମହିଳା ଅଦାଲତର ବିଚାରପତି ସଂଗୀତା ମିଶ୍ର, ଉପବିଭାଗୀୟ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍ ବନିଲ କୁମାର ଖଟାଇ, ଦ୍ବିତୀୟ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ୠତୁଶ୍ରୀ ମହାରଣା, ଅନୁଗୁଳ ବନାଞ୍ଚଳ ଅଧିକାରୀ ନୀତୀଶ କୁମାର, ଜିଲ୍ଲା ଆଇନସେବା ପ୍ରାଧିକରଣର ସଦସ୍ୟ ପରମାନନ୍ଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ବୃକ୍ଷର ବଂଶବୃଦ୍ଧି କରିବା ଏବଂ ନିଜେ ଗଛ ଲଗାଇବା ସହ ଅନ୍ୟକୁ ଗଛ ଲଗାଇବା ପାଇଁ ସଚେତନ କରିବାକୁ ପରାମର୍ଶ ଦିଆଯାଇଥିଲା। ସାନ୍ଧ୍ୟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ପିଜୁଳି, ବେଲ, ବଉଳ, ଅଶୋକ ଇତ୍ୟାଦି ବୃକ୍ଷ ରୋପଣ କରାଯାଇଥିଲା। କାର୍ଯ୍ୟକ୍ରମରେ ଜିଲ୍ଲା ଆଇନସେବା ପ୍ରାଧିକରଣର ପାରା ଲିଗାଲ ଭଲ୍ୟୁଣ୍ଟର, ସାନ୍ଧ୍ୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଓ ଅଧ୍ୟାପିକ, ବନ କର୍ମଚାରୀ ଗଣ ଅଂଶ ଗ୍ରହଣ କରିଥିଲେ। କାର୍ଯ୍ୟକ୍ରମକୁ ଜିଲ୍ଲା ଆଇନସେବା ପ୍ରାଧିକରଣର ସଚିବ କମଳାକାନ୍ତ ନାୟକ ପରିଚାଳନା କରିଥିଲେ। ବିଦ୍ୟାଳୟର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମାଝୀ ଧନ୍ୟବାଦ ଦେଇଥିଲେ।