ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ: ରୋଗରୁ ସୁରକ୍ଷିତ ରହିବା ଉପାୟ କହିଲେ ଡାକ୍ତର

You are currently viewing ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ: ରୋଗରୁ ସୁରକ୍ଷିତ ରହିବା ଉପାୟ କହିଲେ ଡାକ୍ତର

ଅନୁଗୁଳ: ଆଜି ପୂର୍ବାହ୍ନରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମିଳନୀ କକ୍ଷରେ ଜିଲ୍ଲା ସ୍ବାସ୍ଥ୍ୟ ସମିତି ଆନୁକୂଲ୍ୟରେ ବିଶ୍ବ ହେପାଟାଇଟିସ୍ ଦିବସ ପାଳିତ ହୋଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲ୍ଲା ମିଶନ ନିର୍ଦ୍ଦେଶକ ଡା. ତ୍ରିଲୋଚନ ପ୍ରଧାନ ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ଓ ଏଥିରୁ ରକ୍ଷା ପାଇବା ପାଇଁ ବିଭିନ୍ନ ବିଷୟ ଉପରେ ବିଶଦ ଭାବରେ ବର୍ଣ୍ଣନା କରିଥିଲେ।

ସେ କହିଥିଲେ କି ସ୍ବୀକୃତିପ୍ରାପ୍ତ ବ୍ଲଡ ବ୍ୟାଙ୍କରୁ ରକ୍ତ ଓ ରକ୍ତଜାତ ଦ୍ରବ୍ୟ ଗ୍ରହଣ କରିବା, ଅସୁରକ୍ଷିତ ଯୌନ ସମ୍ପର୍କରୁ ଦୂରେଇ ରହିବା, ତଟକା ଖାଦ୍ୟ ଖାଇବା, ବିଶୁଦ୍ଧ ପାନୀୟ ଜଳ ପିଇବା ଦ୍ବାରା ହେପାଟାଇଟିସ୍ ରୋଗ ଠାରୁ ଆମେ ସୁରକ୍ଷିତ ରହିପାରିବା।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ଧନଞ୍ଜୟ ବେହେରା, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ପରିବାର କଲ୍ୟାଣ) ଡ. ଦିଲ୍ଲୀପ କୁମାର ପଟ୍ଟନାୟକ, ଡା. ପୂର୍ଣ୍ଣିମା ଉଦଗାତା, ଡା.ବିନୋଦ କୁମାର ସାହୁ, ଡା.ସୁଶ୍ରୀଶାନ୍ତା ତ୍ରିପାଠୀ ସମେତ ଆଶା କର୍ମୀ, ନର୍ସିଂ ଛାତ୍ରୀ, ପାରାମେଡିକାଲ ଷ୍ଟାଫ, ଦ ମେଡିକ୍ଟର କର୍ମକର୍ତ୍ତା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମକୁ ଅତିରିକ୍ତ ଜିଲ୍ଲା ଜନ ସ୍ବାସ୍ଥ୍ୟ ସଂଚାର ଅଧିକାରୀ ଭରତ କୁମାର ସାହୁ ସଂଯୋଜନା କରିଥିଲେ।

Share

Leave a Reply