ଅନୁଗୁଳ କଲେଜ୍ ପକ୍ଷରୁ ଆତ୍ମହତ୍ୟା ସଚେତନତା ସପ୍ତାହ

You are currently viewing ଅନୁଗୁଳ କଲେଜ୍ ପକ୍ଷରୁ ଆତ୍ମହତ୍ୟା ସଚେତନତା ସପ୍ତାହ

ଅନୁଗୁଳ: ଅନୁଗୁଳ ସ୍ଵୟଂଶାସିତ ମହାବିଦ୍ୟାଳୟ ପରିସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆତ୍ମହତ୍ୟା ପ୍ରବଣତା ରୋକିବା ପାଇଁ ଏକ କର୍ମଶାଳା ଆୟୋଜିତ ହୋଇଯାଇଛି। କଲେଜ୍ ଅଧ୍ୟକ୍ଷ ଡ଼ା ନିଳାଞ୍ଚଳ ପଟେଲଙ୍କ ସଭାପତିତ୍ବରେ ଆୟୋଜିତ ଏହି କର୍ମଶାଳାରେ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କ୍ଲିନିକାଲ ସାଇକୋଲୋଜିଷ୍ଟ  ଲିପିକା ପ୍ରଧାନ ଏବଂ ସହଯୋଗୀ ସୁବାସିନୀ ସାହୁ ଯୋଗ ଦେଇ ସମ୍ପ୍ରତି ଛାତ୍ରଛାତ୍ରୀଙ୍କ ମଧ୍ୟରେ ହତାଶା, ବିଷାଦ ଏବଂ ବିଭିନ୍ନ କ୍ଷେତ୍ରରେ ବିଫଳତା ନେଇ କିଭଳି ଆତ୍ମହତ୍ୟା ପ୍ରବଣତା ଦେଖା ଦେଉଛି ଏବଂ ଏହାକୁ କିଭଳି ରୋକା ଯାଇପାରିବ ସେଥିନେଇ ସୁଚିନ୍ତିତ ମତ ରଖିଥିଲେ।

ଆତ୍ମହତ୍ୟା ସମସ୍ୟା ସମାଧାନର ପନ୍ଥା ନୁହେଁ ବୋଲି  ବିଶେଷଜ୍ଞ ଦ୍ବୟ କହିଥିଲେ। ରସାୟନ ବିଭାଗର ସହଯୋଗୀ ପ୍ରଫେସର ଅନସୂୟା ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ପ୍ରାଣୀ ବିଭାଗର ସହକାରୀ ଅଧ୍ୟାପକ ସୁଶାନ୍ତ କୁମାର ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପଦାର୍ଥ ବିଜ୍ଞାନ ବିଭାଗର ମୁଖ୍ୟ ଡ଼ା ବସନ୍ତ କୁମାର ସାହୁ ମଧ୍ୟ ଉପସ୍ଥିତ ଥିଲେ।

Share

Leave a Reply