ଅନୁଗୁଳରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

You are currently viewing ଅନୁଗୁଳରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଗୁରୁବାର ବିଶ୍ଵ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି।ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା ତ୍ରିଲୋଚନ ପ୍ରଧାନ ଏହି ସମାରୋହକୁ ଉଦ୍ଘାଟନ କରିବା ସହ ଏକ ସଚେତନତା ରଥର ଶୁଭାରମ୍ଭ କରିଥିଲେ। ଯକ୍ଷ୍ମା ରୋଗ ମାରାତ୍ମକ ହେଲେ ମଧ୍ୟ ଆରୋଗ୍ୟ ସାଧ୍ୟ।ଡାକ୍ତରଙ୍କ ପରାମର୍ଶରେ ନିୟମିତ ଔଷଧ ସେବନ କଲେ ରୋଗରୁ ମୁକ୍ତି ମିଳିଥାଏ।ଅନେକ ରୋଗୀ ଛ’ ମାସ ଧରି ଔଷଧ ସେବନ ନକରି ଅଧାରୁ ଛାଡି ଦେଉଥିବାରୁ ଏହା ଅଧିକ ମାରାତ୍ମକ ହୋଇଥାଏ।ତେଣୁ ଏବେ ଡଟ ପଦ୍ଧତି ବା ସେଚ୍ଛାସେବି ନିଜେ ରୋଗୀଙ୍କୁ ଔଷଧ ଖୁଆଇବା ବ୍ୟବସ୍ଥା କରାଯାଇଛି।୨୦୨୫ ସୁଦ୍ଧା ଯକ୍ଷ୍ମା ରୋଗକୁ ହଟାଇବା ପାଇଁ ସରକାର କରୁଥିବା ଯୋଜନା ଉପରେ ଡା ପ୍ରଧାନ ଆଲୋଚନା କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଏଡିଏମଓ ମେଡ଼ିକାଲ ଡା ମାନସ ରଂଜନ ବିଶ୍ବାଳ, ଡା ଦିଲୀପ ପଟ୍ଟନାୟକ, ଡା ବିଶ୍ବବିହାରୀ
ମହାନ୍ତି, ଡା ଶାଶ୍ଵତ ସାଗର ମିଶ୍ର ଓ ଅନ୍ୟ ବହୁ ଅଧିକାରୀ,ଆଶାକର୍ମୀ ପ୍ରମୁଖ ଯୋଗଦାନ କରିଥିଲେ।

Share

Leave a Reply