ଅନୁଗୁଳ: ଅନୁଗୁଳ ଜନ ଶିକ୍ଷଣ ସଂସ୍ଥାନର ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଗୀତାଗ୍ରାମ ଗାଁର ପ୍ରଶିକ୍ଷଣ କେନ୍ଦ୍ରରେ ବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ ହୋଇଛି। ଜାତିସଂଘ ପକ୍ଷରୁ ୨୦୧୪ ଠାରୁ ସାରା ବିଶ୍ୱରେ ଏହି ଦିବସ ପାଳିତ ହୋଇ ଆସୁଛି। ଆଜି ଏହା ଦଶମ ବର୍ଷ ପୂର୍ତ୍ତି। କୌଶଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜୁଲାଇ ୧୫ ରୁ ୨୨ ଜୁଲାଇ ସପ୍ତାହ ବ୍ୟାପୀ ପାଳନ ହେବା ସହ ଏ ବର୍ଷକୁ “କୃତ୍ରିମ ତତ୍ତ୍ୱ ଏବଂ ଡିଜିଟାଲ ଦକ୍ଷତା ମାଧ୍ୟମରେ ଯୁବ ସଶକ୍ତୀକରଣ” ଭାବେ ପାଳନ କରାଯିବ। ଅନୁଗୁଳ ଜନ ଶିକ୍ଷଣ ସଂସ୍ଥାନର ପରିଚାଳନା କମିଟି ସଦସ୍ୟା ତଥା ଇକୋଆରସିଟି ଅଧିକାରୀ ମିନରଭା ଦାଶ ଅତିଥି ଭାବେ ଯୋଗ ଦେଇଥିଲେ।
ଅନ୍ୟମାନଙ୍କ ମଧ୍ୟରେ ଗୀତାଗ୍ରାମ ଗାଁ କମିଟିର ସଭାପତି ବାସୁଦେବ ହୋତା, ଗାଁ କମିଟିର ସମ୍ପାଦକ ବିଜୟ କୁମାର ପ୍ରଧାନ, ଜେଏସ୍ଏସ୍ ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡା, ଜେଏସ୍ଏସ୍ ର କାର୍ଯ୍ୟକ୍ରମ ଅଧିକାରୀ ସ୍ଵାତି ସାମଲ, ସହ – କାର୍ଯ୍ୟକ୍ରମ ଅଧିକାରୀ ଚିତ୍ତରଞ୍ଜନ ସାମଲ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ ୬୦ ପ୍ରଶିକ୍ଷାର୍ଥୀ ଉପସ୍ଥିତ ଥିଲେ।