ବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ: ଦକ୍ଷତା ବିକାଶ କରି ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ

You are currently viewing ବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ: ଦକ୍ଷତା ବିକାଶ କରି ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ

ଅନୁଗୁଳ : ଅନୁଗୁଳରେ ବିଶ୍ଵ ଯୁବ ଦକ୍ଷତା ବିକାଶ ଦିବସ ପାଳିତ ହୋଇଛି। କେନ୍ଦ୍ର ସରକାରଙ୍କ କୌଶଳ ବିକାଶ ମନ୍ତ୍ରଣାଳୟ ଅଧୀନ ଅନୁଗୁଳସ୍ଥିତ ଜନ ଶିକ୍ଷଣ ସଂସ୍ଥାର ନିର୍ଦ୍ଦେଶକ ସୌରୀରଞ୍ଜନ ପଣ୍ଡାଙ୍କ ମାର୍ଗଦର୍ଶନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏନ୍‌ଟିପିସି ୟୁଟିଏଲ୍‌ର ମାନବ ସମ୍ବଳ ଅଧିକାରିଣୀ ସୋନାକ୍ଷୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ପ୍ରଶିକ୍ଷାର୍ଥୀଙ୍କୁ ଦକ୍ଷତା ବିକାଶ କରି ଆତ୍ମନିର୍ଭରଶୀଳ ହେବାକୁ ପରାମର୍ଶ ଦେଇଥିଲେ।

ସେହିପରି ନିର୍ଦ୍ଦେଶକ ସୌରୀ ରଞ୍ଜନ ପଣ୍ଡା ଅନୁଗୁଳର ବିଭିନ୍ନ୍ ବ୍ଲକର ମହିଳାମାନେ କିପରି ସରକାରଙ୍କ ବିଭିନ୍ନ ଦକ୍ଷତା ବିକାଶ କାର୍ଯ୍ୟକ୍ରମରେ ଯୋଗଦାନ କରି ଲାଭ ଉଠାଇ ନିଜେ ଉଦ୍ୟୋଗୀ ହେବେ ସେ ନେଇ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମକୁ ଜନ ଶିକ୍ଷଣ ସଂସ୍ଥାନର କାର୍ଯ୍ୟକ୍ରମ ଅଧିକାରିଣୀ ସ୍ଵାତି ସାମଲ, ବିଶ୍ୱଜିତ୍ ନାୟକ, ସୁବର୍ଣ୍ଣ ସେଠୀ, ଅର୍ଣ୍ଣବ ମହାନ୍ତି ପରିଚାଳନା କରିଥିଲେ।

Share

Leave a Reply