କାରାଗାରରେ ଯୋଗ ପ୍ରଶିକ୍ଷଣ ଶିବିର

You are currently viewing କାରାଗାରରେ ଯୋଗ ପ୍ରଶିକ୍ଷଣ ଶିବିର

ଅନୁଗୁଳ: ଭାରତୀୟ ଭ୍ରଷ୍ଟାଚାର ନିବାରଣ ସଂସ୍ଥା ଅନୁଗୁଳ ଜିଲ୍ଲା ଶାଖା ଆନୁକୂଲ୍ୟରେ ତାଳଚେର ସ୍ୱତନ୍ତ୍ର ଉପକାରାଗାରରେ ତିନି ଦିନିଆ ଯୋଗ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ସଂସ୍ଥାର ସଭାପତି ଧୀରମୋହନ ରାୟଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶିବିରରେ ଯୋଗ ପ୍ରଶିକ୍ଷକ ରୂପାଲି ମହାନ୍ତି ଯୋଗଦେଇ ଯୋଗ ଏବଂ ପ୍ରାଣାୟମ ଏକ ପ୍ରାକୃତିକ ଚିକିତ୍ସା ପଦ୍ଧତି ବୋଲି ମତବ୍ୟକ୍ତ କରିଥିଲେ ।

କାରାଗାରର ଅନ୍ତେବାସୀମାନେ ଯୋଗ ଦ୍ଵାରା ଉପକୃତ ହୋଇପାରିବେ ବୋଲି ଆଶା ବ୍ୟକ୍ତ କରାଯାଇଥିଲା। ଜେଲ୍ ଅଧ୍ୟକ୍ଷକ ଦିଲ୍ଲୀପ କୁମାର ବେହେରାଙ୍କ ସହଯୋଗରେ ଅନ୍ତେବାସୀଙ୍କୁ ନେଇ ଏହି ଶିବିର ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ଆଶୁତୋଷ ଦାସ, ଅସିତ କୁମାର ସାହୁ, ଅତସୀ କୁସୁମ ଦାଶ, ଦେବାଶିଷ ପରିଡ଼ା, ବିପିନ କୁମାର ମହାନ୍ତି ପ୍ରମୁଖ ଶିବିର ପରିଚାଳନା କରିଥିଲେ ।

Share

Leave a Reply