ଅନୁଗୁଳର ଏକ ବାର୍‌ରେ ଯୁବ ନେତାଙ୍କ ‘ପାୱାର୍’ ଫେଲ୍: ମଦ ଅଫର କରି ହେଲେ ଅପଦସ୍ତ

You are currently viewing ଅନୁଗୁଳର ଏକ ବାର୍‌ରେ ଯୁବ ନେତାଙ୍କ ‘ପାୱାର୍’ ଫେଲ୍: ମଦ ଅଫର କରି ହେଲେ ଅପଦସ୍ତ

ଅନୁଗୁଳ: ଅନୁଗୁଳ ସହରର ଏକ ଜଣାଶୁଣା ବାର୍‌ରେ ଆଜି ରାତିରେ ଏକ ଅଜବ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଚର୍ଚ୍ଚିତ ଯୁବ ନେତା ନିଜର ପ୍ରଭାବଶାଳୀ ଠିକାଦାର ବନ୍ଧୁମାନଙ୍କ ସହ ମଦର ଆସର ଜମାଇଥିଲେ। ନିଶା ଆଉ କ୍ଷମତାର ଗରମରେ ଚୁର ହୋଇ ଯୁବ ନେତାଜଣକ ନିଜର ବଡ଼ପଣ ଦେଖାଇବାକୁ ଚେଷ୍ଟା କରୁଥିଲେ। ଠିକ୍ ସେତିକି ବେଳେ ସାମ୍ନା ଟେବୁଲରେ ବସିଥିବା ଜଣେ ଯୁବତୀଙ୍କ ଉପରେ ତାଙ୍କ ନଜର ପଡ଼ିଥିଲା। ବୋଧହୁଏ ଠିକାଦାର ବନ୍ଧୁଙ୍କ ଆଗରେ ନିଜର ଦବଦବା ଦେଖାଇବା ପାଇଁ ସେ ଯୁବତୀଙ୍କୁ ମଦ ପିଇବା ପାଇଁ ଅଫର କଲେ।

ଯୁବ ନେତା ଭାବିଥିଲେ ଯେ ତାଙ୍କର ଏହି ‘ଷ୍ଟାଇଲ୍’ ଦେଖି ଯୁବତୀ ଜଣଙ୍କ ପ୍ରଭାବିତ ହୋଇଯିବେ, କିନ୍ତୁ ଘଟଣା ସମ୍ପୂର୍ଣ୍ଣ ଓଲଟା ହୋଇଗଲା। ଯୁବତୀ ଜଣଙ୍କ ଅତି ଭଦ୍ରାମୀର ସହ ସ୍ପଷ୍ଟ ଭାବେ ନେତାଙ୍କ ପ୍ରସ୍ତାବକୁ ମନା କରିଦେଲେ। ଯୁବତୀଙ୍କ ପାଖରୁ ଏପରି ଜବାବ ପାଇ ଯୁବ ନେତାଙ୍କ ହୋସ ଉଡ଼ିଗଲା। ନିଜ ବନ୍ଧୁମାନଙ୍କ ଆଗରେ ସେ ଏପରି ଅପଦସ୍ତ ହେଲେ ଯେ, ଶେଷରେ ମୁହଁ ଲୁଚାଇ ସେଠାରୁ ଖସିଯିବାକୁ ବାଧ୍ୟ ହେଲେ। କ୍ଷମତା ଆଉ ଟଙ୍କାର ଗର୍ବ ଯେ ସବୁଠି ଚଳେ ନାହିଁ, ତାହା ଏହି ଘଟଣାରୁ ସ୍ପଷ୍ଟ ଜଣାପଡ଼ିଛି। ବର୍ତ୍ତମାନ ଏହି ଘଟଣାଟି ଅନୁଗୁଳର ଚା’ ଖଟିଠାରୁ ଆରମ୍ଭ କରି ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି।

Share

Leave a Reply