ଅନୁଗୁଳ: ଅନୁଗୁଳ ଟାଉନ୍ ଥାନା ଅନ୍ତର୍ଗତ ଶିକ୍ଷକପଡ଼ାର ଜଣେ ନାବାଳିକାଙ୍କୁ ଅସଦ ବ୍ୟବହାର କରିଥିବା ଅଭିଯୋଗରେ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ଯେ, ପାଲଲହଡା ଫପଣ୍ଡ ଗାଁର ଗଣେଶ ମୁଣ୍ଡା(୨୦) ଶିକ୍ଷକପଡ଼ାରେ ରହୁଥିଲେ। ସେ ନିକଟସ୍ଥ ଜଣେ ନାବାଳିକାଙ୍କୁ ଏକତରଫା ପ୍ରେମ କରୁଥିଲେ। ଶୁକ୍ରବାର ସନ୍ଧ୍ୟାରେ ନାବାଳିକା ପାଖ ଦୋକାନକୁ ଜିନିଷ କିଣିବାକୁ ଯାଇଥିବା ବେଳେ ଗଣେଷ ତାଙ୍କୁ ଅସଦ ବ୍ୟବହାର କରିଥିଲେ। ଏ ନେଇ ନାବାଳିକା ଶନିବାର ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗପାଇ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ଗଣେଷଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି।
ନାବାଳିକାଙ୍କୁ ଅସଦ ବ୍ୟବହାର ଅଭିଯୋଗରେ ଯୁବକ ଗିରଫ
- Post published:April 23, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul