ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

You are currently viewing ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ : ଅନୁଗୁଳ ସହର ବଣିଆବାହାଳ ଅଞ୍ଚଳର ଜଣେ ୨୧ ବର୍ଷୀୟା ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ କରିବା ଅଭିଯୋଗରେ ବୁଧବାର ଅନୁଗୁଳ ପୁଲିସ ଜଣେ ଯୁବକଙ୍କୁ ଗିରଫକରି କୋର୍ଟ ଚାଲାଣ କରିଛି। ସୂଚନା ମୁତାବକ, ହୁଲୁରିସିଂହାର ଘନଶ୍ୟାମ ମାଣ୍ଡୋଠିଆ ନାମକ ଜଣେ ଯୁବକ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତିସହ ବିଭିନ୍ନ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ନୋଟାରୀ ପବ୍ଲିକଙ୍କ ପାଖରେ ସତ୍ୟପାଠକରି ବିବାହ କରିଥିଲେ। ତେବେ ପାରମ୍ପରିକଭାବେ ବିବାହକରି ତାଙ୍କ ସ୍ତ୍ରୀ କରି ଘରକୁ ନେବାକୁ ଯୁବତୀ କହିବାରୁ ଘନଶ୍ୟାମ ତାଙ୍କୁ ବିଭିନ୍ନ ଆଳ ଦେଖାଇ ଏହାକୁ ଟାଳିଥିଲେ। ତେଣୁ ବାଧ୍ୟ ହୋଇ ଯୁବତୀ ବୁଧବାର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୁଲିସ ଥାନାରେ ଏକ ମାମଲା ରଜୁ କରି ଘନଶ୍ୟାମଙ୍କୁ ବୁଧବାର ରାତିରେ ଗିରଫ କରିଛି। ଗୁରୁବାର ଉଭୟଙ୍କର ଡାକ୍ତରୀ ପରୀକ୍ଷା କରାଯାଇଛି। ଅଭିଯୁକ୍ତ ଘନଶ୍ୟାମଙ୍କୁ କୋର୍ଟ ଚାଲାଣ କରାଯାଇଛି।

Share

Leave a Reply