ଦୁଷ୍କର୍ମ ଅଭିଯୋଗରେ ଯୁବକ ଅଟକ

You are currently viewing ଦୁଷ୍କର୍ମ ଅଭିଯୋଗରେ ଯୁବକ ଅଟକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଜରପଡା ଥାନା ଇଲାକାରେ ଅଭାନୀୟ ଘଟଣା ୭ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଅଭିଯୋଗ। ସୂଚନା ଯେ, ଗତ ୧୮ ତାରିଖ ରାତିରେ ଏକ ୭ ବର୍ଷର ଶିଶୁ କନ୍ୟାକୁ ସେଇ ଗାଁ ର ଜଣେ ଯୁବକ ଦୁଷ୍କର୍ମ କରିବା ଅଭିଯୋଗ ହୋଇଚି। ନାବାଳିକା ଜଣକ ଘରେ ଖେଳୁଥିବା ବେଳେ ଶିବୁ ସାହୁ ନାମକ ଯୁବକ ଜଣକ ଚକଲେଟ ଦେବି ବୋଲି କହି ନାବାଳିକା କୁ ଘରପାଖ ହରଡ ବିଲ ନିକଟକୁ ନେଇ ଦୁଷ୍କର୍ମ କରିଥିଲା। କିଛି ସମୟ ପରେ ନାବାଳିକାର ମା ଝିଅକୁ ଘରେ ନପାଇ ଚିତ୍କାର କରିବାରୁ ଝିଅକୁ ହରଡ ବିଲ ପଟୁ ଆସୁଥିବା ଦେଖିଥିଲେ। ଏହାପରେ ଝିଅ ଠାରୁ ସବୁକଥା ଶୁଣି ୧୯ ତାରିଖ ଦିନ ଜରପଡା ଥାନାରେ ଏତଲା ଦେଇଥିଲେ। ଏତଲା କ୍ରମେ ଜରପଡା ପୁଲିସ୍ ଏକ ମାମଲା ରୁଜୁ କରି ସଂପୃକ୍ତ ଯୁବକକୁ ଅଟକ ରଖି ପଚରା ଉଚରା କରୁଛି।

Share

Leave a Reply