କୂଅକୁ ଗାଧୋଇବାକୁ ଯିବା ସମୟରେ କରେଣ୍ଟ ଲାଗି ଯୁବକ ମୃତ

You are currently viewing କୂଅକୁ ଗାଧୋଇବାକୁ ଯିବା ସମୟରେ କରେଣ୍ଟ ଲାଗି ଯୁବକ ମୃତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଥାନା ଅନ୍ତର୍ଗତ ପୁକତୁଙ୍ଗା ଗ୍ରାମର ଜଣେ ଯୁବକ ବିଦ୍ୟୁତ୍ ଆଘାତରେ ପ୍ରାଣ ହରାଇଛନ୍ତି। ମୃତକ ହେଲେ ରବୀନ୍ଦ୍ର ସାହୁଙ୍କ ପୁଅ ମହେଶ୍ବର ସାହୁ (୨୯)।

ସୂଚନା ମୁତାବକ, ଆଜି ସକାଳ ପ୍ରାୟ ୭ଟା ସମୟରେ ଅଗଣାରେ ଥିବା କୂଅକୁ ଗାଧୋଇବାକୁ ଯିବା ସମୟରେ ମହେଶ୍ୱର ବିଦ୍ୟୁତ୍ ସଂସ୍ପର୍ଶରେ ଆସି ଯାଇଥିଲେ। ସଙ୍ଗେ ସଙ୍ଗେ ପରିବାର ଲୋକ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ ହେଲେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଥିଲେ। ପୋଷ୍ଟମର୍ଟମ ପରେ ମହେଶ୍ୱରଙ୍କ ମୃତ ଶରୀର ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ତେବେ ମହେଶ୍ବରଙ୍କ ଏଭଳି ଅଚାନକ ମୃତ୍ୟୁ ଖବର ଶୁଣିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି।

Share

Leave a Reply