କ୍ୱାକ୍ ଚିକିତ୍ସାରେ ଯୁବକ ମୃତ: ଡାକ୍ତରଖାନାରେ ଉତ୍ତେଜନା

You are currently viewing କ୍ୱାକ୍ ଚିକିତ୍ସାରେ ଯୁବକ ମୃତ: ଡାକ୍ତରଖାନାରେ ଉତ୍ତେଜନା

ଅନୁଗୁଳ: ଠାକୁରଗଡ଼ ଥାନା ବନ୍ତୁଲ ଗ୍ରାମର ଜଣେ ଯୁବକ ଙ୍କ ଭୁଲ୍ ଚିକିତ୍ସା ଯୋଗୁଁ ଆଜି ସକାଳେ ମୃତ୍ୟୁ ଘଟିଛି।ଠାକୁରଗଡ଼ ଥାନା ବନ୍ତୁଲ୍ ଗ୍ରାମର ବସନ୍ତ ସାହୁଙ୍କ ପୁଅ ସୁଶାନ୍ତ ସାହୁ(୩୫) ଭୁବନେଶ୍ବରରେ ରହନ୍ତି। କିଛିଦିନ ଧରି ତାଙ୍କୁ ଜ୍ଵର ହେଉଥିଲା।ଔଷଧ ଖାଇବା ପରେ ମଧ୍ୟ କିଛି ସୁଫଳ ମିଳି ନ ଥିଲା।

ଏଣୁ ସେ ଗାଁକୁ ଚାଲି ଆସିଥିଲେ। ସୁଶାନ୍ତଙ୍କ ବାପା ଅନୁଗୁଳ ଡାକ୍ତରଖାନା ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ସୁଶାନ୍ତ ସ୍ଥାନୀୟ ପାଇକ ସାହି ଛକରେ ଗୋଟିଏ କ୍ଲିନିକରେ ଦେଖାଇବାକୁ ମନସ୍ଥ କରିଥିଲେ। ସେ ସେଠାକୁ ଯିବାପରେ ଲକ୍ଷଣ ଦେଖି କ୍ଲିନିକର ଜଣେ କର୍ମଚାରୀ ସୁଶାନ୍ତଙ୍କୁ ଗୋଟିଏ ଇଞ୍ଜେକସନ ଦେଇଥିଲା। ଏହି ଇଞ୍ଜେକସନ ଦେବା କ୍ଷଣି ସୁଶାନ୍ତ ଅଧିକ ଗୁରୁତର ହୋଇ ପଡ଼ିଥିଲେ। ତାଙ୍କୁ ତୁରନ୍ତ ଅନୁଗୁଳ ଡାକ୍ତରଖାନା ଅଣାଯାଇଥିଲା। କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। କ୍ୱାକର ତ୍ରୁଟିପୂର୍ଣ୍ଣ ଚିକିତ୍ସା ସହିତ ଶବ ବ୍ୟବଚ୍ଛେଦ ଡେରି ହେବାରୁ ସୁଶାନ୍ତଙ୍କ
ପରିବାର ଲୋକେ ଡାକ୍ତରଖାନା ରେ ହୋ ହାଲ୍ଲା କରିଥିଲେ। ଖବର ପାଇ ଅନୁଗୁଳ ପୋଲିସ ବୁଝା ଶୁଝା କରି ଶବ ବ୍ୟବଚ୍ଛେଦର ବ୍ୟବସ୍ଥା କରିଥିଲା।

Share

Leave a Reply