କୂଅ ପିଣ୍ଡିରେ ଶୋଇଥିଲେ… କୂଅକୁ ଗଳି ପଡ଼ି ଯୁବକ ମୃତ

You are currently viewing କୂଅ ପିଣ୍ଡିରେ ଶୋଇଥିଲେ… କୂଅକୁ ଗଳି ପଡ଼ି ଯୁବକ ମୃତ

 

ଅନୁଗୁଳ : ଅନୁଗୁଳ ଜିଲ୍ଲା ଜରପଡା ଗାଁରେ କୂଅରେ ପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଜରପଡା ମାଝୀ ସାହିର ଦିଲ୍ଲୀପ ସାହୁଙ୍କ ପୁଅ ସୁନିଲ୍ ସାହୁ (୨୫)।

ସୂଚନା ମୁତାବକ, ସୁନିଲ୍ ସାହୁ (୨୫) ରବିବାର ରାତି ୯ଟାରେ କୂଅ ପିଣ୍ଡି ଉପରେ ଶୋଇଥିବା ବେଳେ ଅସାବଧାନତା କାରଣରୁ କୂଅ ଭିତରେ ଖସି ପଡି ପାଣିରେ ବୁଡ଼ି ଯାଇଥିଲେ। ଘର ଲୋକେ ଖୋଜାଖୋଜି କରିବା ପରେ କୂଅରେ ପଡ଼ି ଥିବା ଜାଣିବାକୁ ପାଇଥିଲେ। ପରେ ଗାଁ ଲୋକେ ତାଙ୍କୁ ବାହାର କରିବାକୁ ବହୁ ଚେଷ୍ଟା କରି ବିଫଳ ହୋଇ ଛେଣ୍ଡିପଦା ଦମକଳ ବାହିନୀକୁ ଫୋନ କରିଥିଲେ। ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲା। କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପରେ ପୋଲିସ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ କରାଯାଇ ଘର ଲୋକଙ୍କୁ ମୃତ ଦେହ ହସ୍ତାନ୍ତର କରାଯାଇଥିଲା।

Share

Leave a Reply