ପୁରୁଣା ଗାଡ଼ି କିଣାବିକା ନେଇ ଠକେଇ କରିବା ଅଭିଯୋଗ, ଯୁବକ ଗିରଫ

You are currently viewing ପୁରୁଣା ଗାଡ଼ି କିଣାବିକା ନେଇ ଠକେଇ କରିବା ଅଭିଯୋଗ, ଯୁବକ ଗିରଫ

ଅନୁଗୁଳ: ପୁରୁଣା ଗାଡ଼ି କିଣାବିକା ନେଇ ଠକେଇ କରିବା ଅଭିଯୋଗରେ ଅନୁଗୁଳ ପୁଲିସ କିରଣ କୁମାର ନାହାକ(୩୭)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ମାର୍ଚ୍ଚରେ ସୋମନାଥପୁରର ରାକେଶ କୁମାର ସ୍ବାଇଁ ତାଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା।

ସୂଚନା ଅନୁସାରେ, ଉଭୟ ମିଶି ପୁରୁଣା ଗାଡ଼ି କିଣାବିକା କରୁଥିଲା ବେଳେ ଅଭିଯୁକ୍ତ ବିଭିନ୍ନ ପର୍ଯ୍ୟାୟରେ ୧୦ ଲକ୍ଷ ୫୨ ହଜାର ଟଙ୍କା ଠକି ନେଇଥିଲା। ପରେ ଦେବି ବୋଲି କହୁଥିଲେ ମଧ୍ୟ ଆଉ ଫେରାଇ ନ ଥିଲା। ପରେ ବିଭିନ୍ନ ଧମକ ଚମକ ଦେଇଥିଲା। ଏଣୁ ବାଧ୍ୟ ହୋଇ ରାକେଶ ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରିଛି।

Share

Leave a Reply