ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

You are currently viewing ନାବାଳିକା ଅପହରଣ ଅଭିଯୋଗରେ ଯୁବକ ଗିରଫ

ଅନୁଗୁଳ: ଜଣେ ନାବାଳିକା ଅପହରଣ ମାମଲାରେ କୁସୁପଙ୍ଗି ଗ୍ରାମର ଜଗନ୍ନାଥ ନାଏକ (୨୨)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ବଅଁରପାଳ ପୋଲିସ।

ସୂଚନା ଯେ, ଗତ ୧୪ତାରିଖ ରାତିରେ ପରିବାର ଲୋକ ଶୋଇଥିବାବେଳେ ନାବାଳିକା ଜଣକ ଘରୁ ଚାଲିଚାଲି ଆସି ଗାଁ ମଣ୍ଡପ ପାଖରେ ଛିଡା ହୋଇଥିଲେ। ଏହି ସମୟରେ ଜଗନ୍ନାଥ ତାଙ୍କୁ ଅପହରଣ କରିନେଇଥିଲା। ଏନେଇ ନାବାଳିକାଙ୍କ ମା ବଅଁରପାଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା। ଆଜି ଉଭୟଙ୍କୁ ବଅଁରପାଳ ଅଞ୍ଚଳରୁ ଉଦ୍ଧାର କରି ପୋଲିସ ଜଗନ୍ନାଥଙ୍କୁ କୋର୍ଟ ଚାଲାଣ କରିଛି।

Share

Leave a Reply