ପାରିବାରିକ କଳହର କରୁଣ ପରିଣତି: ବେକରେ ରସି ଲଗାଇ ଜୀବନ ହାରିଲେ ଯୁବକ

You are currently viewing ପାରିବାରିକ କଳହର କରୁଣ ପରିଣତି: ବେକରେ ରସି ଲଗାଇ ଜୀବନ ହାରିଲେ ଯୁବକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଥାନା ଅନ୍ତର୍ଗତ ପରଙ୍ଗ ଗୋଛାୟତ ସାହି ନିକଟରେ ଥିବା ନାଳ ପାଖରେ ଏକ ଗଛରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି। ମୃତକ ପରଙ୍ଗ ଗ୍ରାମ ଗୋଛାୟତ ସାହିର ନରେନ୍ଦ୍ର ଗୋଛାୟତଙ୍କ ପୁଅ ରାଜୁ ଗୋଛାୟତ (୩୦)।

ସୂଚନା ମୁତାବକ, ପାରିବାରିକ କଳହକୁ ନେଇ ରାଜୁ ଗାଁ ଠାରୁ ଦୁଇଶହ ମିଟର ଦୂରରେ ଥିବା ନାଳ ପାଖରେ ଏକ ଆଙ୍କୁଲା ଗଛରେ ରସି ଲଗାଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ନିଶା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇ ତଦନ୍ତ ଜାରି ରଖିଥିବା ଜଣାପଡ଼ିଛି।

Share

Leave a Reply