ଅନୁଗୁଳ: ଆଜି ସଭାଘର ଠାରେ ଜିଲ୍ଲା ସ୍ଵାସ୍ଥ୍ୟ ପ୍ରଶାସନ,ନାକୋ,ଓସାକ ଏବଂ ଜେଏସପି ଫାଉଣ୍ଡେସନର ସହାୟତାରେ ଯୁବ ଉତ୍ସବ ଉଦଘାଟିତ ହୋଇଯାଇଛି। ଏହି ସମାରୋହକୁ ମୁଖ୍ୟ ଅତିଥି ଭାବେ ଉଦଘାଟନ କରିଥିଲେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ଼ା ତ୍ରିଲୋଚନ ପ୍ରଧାନ। ଯୁବ ପିଢ଼ି ଏଡସ ନେଇ ସଚେତନ ହେଲେ ଏବଂ ଅନ୍ୟକୁ ସଚେତନ କରାଇଲେ ସମାଜ ସୁସ୍ଥ ସୁରକ୍ଷିତ ରହିପାରିବ। ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଏଡ଼ସ ନୋଡାଲ ଅଫିସର ଡ଼ା ବିଶ୍ଵପ୍ରକାଶ ମହାନ୍ତି, ଏଆର୍ଟି ଅଧିକାରୀ ଡ଼ା ଶାଶ୍ଵତ ସାଗର ମିଶ୍ର, ଡିପିଏମ ଡାପ୍ସୁ ଡ଼ା ପ୍ରମିଳା ହୋତା,ଜିନ୍ଦଲ ସିଏସଆର୍ ବିଭାଗ ମହାପ୍ରବନ୍ଧକ ଆଶୁତୋଷ ମିଶ୍ର,ଜିଲ୍ଲା ସୂଚନା ଅଧିକାରୀ କୈଳାସ ଚନ୍ଦ୍ର ବେହେରା ଓ ଅନ୍ୟ ବହୁ ଅଧିକାରୀ ଯୋଗ ଦେଇଥିଲେ।ସମାରୋହରେ ଅନୁଗୁଳ ଜିଲ୍ଲାର ବିଭିନ୍ନ କୋଣରୁ ଆସିଥିବା କଲେଜ ଓ ଟେକ୍ନିକାଲ ସଂସ୍ଥା ପକ୍ଷରୁ କ୍ଷୁଦ୍ର ନାଟକ ମଞ୍ଚସ୍ଥ ହୋଇଥିଲା। ଏଚ୍ଆଇଭି ଓ ଏଡସ ନିରାକରଣ ନେଇ ପିଲାମାନେ ବେଶ୍ ସୁନ୍ଦର ନାଟକ ମଞ୍ଚସ୍ଥ କରିଥିଲେ। ଶେଷରେ ବିଜୟୀ ଦଳଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା ।
ଏଡସ ବିରୁଦ୍ଧରେ ସଚେତନତା ଯୁବ ଉତ୍ସବ “ଅଭିବ୍ୟକ୍ତି” ଉଦଘାଟିତ
- Post published:August 25, 2023
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul