ପାଳଲହଡ଼ା: ଅନୁଗୁଳ ଜିଲ୍ଲା ପାଳଲହଡ଼ା ଥାନା ଅନ୍ତର୍ଗତ ସଦରମହକୁମା ବାଲିପଶି ଗ୍ରାମରେ ବାଣ ଫୁଟାଇବା ସମୟରେ ଯୁବକଙ୍କ ହାତରେ ବାଣ ବିସ୍ଫୋରଣ ହୋଇ ଡାହାଣ ହାତ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଗୁରୁତର ଆହତ ଯୁବକଙ୍କ ନାମ ରାଜା ମହାନ୍ତ (୩୫)। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ପାଳଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ କେଉଁଝର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।
ବାଣ ବିସ୍ଫୋରଣରେ ଯୁବକଙ୍କ ଡାହାଣ ହାତ ନଷ୍ଟ
- Post published:October 25, 2025
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
Tags: Angul




