ଜଳୁଛି ଅନୁଗୁଳ ଜଙ୍ଗଲ: ୨ଟି ସ୍ଥାନରେ ନିଆଁ ଲଗାଇଲେ ଦୁବୃର୍ତ୍ତ, ଆୟତ୍ତ କଲେ ଆଗ୍ନିକ

You are currently viewing ଜଳୁଛି ଅନୁଗୁଳ ଜଙ୍ଗଲ: ୨ଟି ସ୍ଥାନରେ ନିଆଁ ଲଗାଇଲେ ଦୁବୃର୍ତ୍ତ, ଆୟତ୍ତ କଲେ ଆଗ୍ନିକ

ଅନୁଗୁଳ: ଖରାଦିନ ଆରମ୍ଭ ପୂର୍ବରୁ ହିଁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅଗ୍ନିକାଣ୍ଡ ଘଟୁଥିବା ଦେଖାଯାଇଛି। ଆଜି ସଦର ଥାନା ଅନ୍ତର୍ଗତ କୁମଣ୍ଡ ଅଞ୍ଚଳରେ ଏକ ବାଉଁଶ ବୁଦାରେ ନିଆଁ ଲାଗିଯାଇଛି। କେହି ଦୁର୍ବୃତ୍ତ ଏହି ନିଆଁ ଲଗାଇ ଦେଇଥିବା ଅଭିଯୋଗ କରିଛନ୍ତି ବୁଦା ମାଲିକ। ବାଉଁଶ ବୁଦା ମାଲିକ ସୁଜିତ ବେହେରା ଓ ଅନନ୍ତ ବେହେରା ଏନେଇ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଆଗ୍ନିକ ମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଅଗ୍ନିକାଣ୍ଡରେ ସେମାନଙ୍କର ୫୦୦୦ ଟଙ୍କାର ସମ୍ପତ୍ତି ଜଳିଯାଇଥିବା ସେମାନେ ଅଭିଯୋଗ କରିଛନ୍ତି।

ସେହିଭଳି ଜରାସିଂହାର ଏକ ଜଙ୍ଗଲରେ ଆଜି ଭୟାବହ ଅଗ୍ନିକାଣ୍ଡ ଘଟିଛି। ଜଙ୍ଗଲରୁ ଜାଳ ସଂଗ୍ରହ କରିବାକୁ ଯାଇଥିବା କିଛି ଲୋକ ଏହି ନିଆଁ ଲଗାଇଦେଇଥିବା ଜଣାଯାଇଛି। ଖବର ପାଇ ଅନୁଗଳ ଜିଲ୍ଲା ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଆଗ୍ନିକ କ୍ଷୀରୋଦ ସାହୁ, ରଶ୍ମିକାନ୍ତ ଲେଙ୍କା, ରବୀନ୍ଦ୍ର ନାୟକ, କିଷନ ମିଶ୍ର ପ୍ରମୁଖ ନିଆଁ ଲିଭାଇବାରେ ସାହାଯ୍ୟ କରିଥିଲେ।

Share

Leave a Reply