ଚୁଲିକୁ ଗଲାଣି ଖେଳ: ନକଲି ଖେଳ ଶିକ୍ଷକ ମାଳମାଳ

You are currently viewing ଚୁଲିକୁ ଗଲାଣି ଖେଳ: ନକଲି ଖେଳ ଶିକ୍ଷକ ମାଳମାଳ

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ କ୍ରୀଡ଼ା ଭିତ୍ତିଭୂମି ନେଇ ଯେତେ ଯାହା କୁହା ଗଲେ ମଧ୍ୟ ଫଳାଫଳ ଆଖିଦୃଶିଆ ହୋଇପାରିନାହିଁ।ଜିଲ୍ଲା କ୍ରୀଡ଼ା ସଂସଦର ନିର୍ବାଚନ ହେଉନାହିଁ, ଯୁବ ଖେଳାଳୀ ମାନଙ୍କୁ ଗସ୍ତଖର୍ଚ୍ଚ, କିଟ୍ସ ମିଳୁନାହିଁ ହେଲେ ନକଲି ଖେଳ ଶିକ୍ଷକ ମାଳମାଳ ଜିଲ୍ଲାରେ ଭରି ରହିଛନ୍ତି। ଗତ ପ୍ରାୟ ଚାରି ମାସ ତଳେ ଅନୁଗୁଳ ବ୍ଲକ ଦୁର୍ଗମ ଜଙ୍ଗଲ ଇଲାକା ଏକ ସ୍କୁଲର ଖେଳ ଶିକ୍ଷକଙ୍କ ନାଁ’ ରେ ପ୍ରଥମେ ଅଭିଯୋଗ ଆସିଲା। ତାଙ୍କ ସମ୍ପର୍କରେ ଖୋଳ ତାଡ କରୁକରୁ ସେ ଫେରାର ହୋଇଗଲେ। ଏହାପରେ ପରେ ସନ୍ଦିଗ୍ଧ ୧୨ ଜଣ ଖେଳ ଶିକ୍ଷକଙ୍କ ସାର୍ଟିଫିକେଟ ଭେରିଫିକେଶନ ପାଇଁ ବିଭିନ୍ନ ବୋର୍ଡ ବା ବିଶ୍ବବିଦ୍ୟାଳୟକୁ ଲେଖାଯାଇଛି। କଲେଜ୍ ଏମାନଙ୍କୁ ଫେକ୍ ଟିଚର ଅର୍ଥାତ୍ ଏଭଳି ନାଁ’ ରେ କେହି ଶିକ୍ଷକ ଆମ କଲେଜ୍‌ରେ ପଢ଼ି ନାହାନ୍ତି ବୋଲି କହୁଥିବାବେଳେ ସାର୍ଟିଫିକେଟ ଇସୁ କରୁଥିବା ବୋର୍ଡ କିନ୍ତୁ ଗତ ପ୍ରାୟ ଚାରି ମାସ ଧରି ନୀରବ ରହିଛି। ଏହି ଫେକ୍ ସାର୍ଟିଫିକେଟ ନେଟୱର୍କରେ ବୋର୍ଡର କିଛି କର୍ମଚାରୀ ଥାଇପାରନ୍ତି ବୋଲି ସନ୍ଦେହ ଉପୁଜୁଚି। ଏ ସମ୍ପର୍କରେ ଡିଇଓ ନିରଞ୍ଜନ ସାହୁ କହନ୍ତି ନକଲି ଶିକ୍ଷକ ଏବଂ ଖେଳ ଶିକ୍ଷକ ନେଇ ଅଭିଯୋଗ ହେବାପରେ ତଦନ୍ତ ଚାଲିଛି, ବିଭିନ୍ନ ବୋର୍ଡକୁ ଚିଠି ମଧ୍ୟ ଲେଖା ଯାଇଛି।ସେଠାରୁ ଉତ୍ତର ଆସିଲା ପରେ ନକଲି ଶିକ୍ଷକଙ୍କ ବିରୁଦ୍ଧରେ ଥାନାରେ ଏତଲା ଦିଆଯିବା।

Share

Leave a Reply