ଅନୁଗୁଳ ଶୁଣ୍ଢି ସମାଜର ଜିଲ୍ଲା ସମାବେଶ

0

ଅନୁଗୁଳ: ସ୍ଥାନୀୟ ଜରାସିଂହା ଗ୍ରାମ କଳପାଟ ପୀଠ ପଡ଼ିଆରେ ଅନୁଗୁଳ ଜିଲ୍ଲା ଶୁଣ୍ଢି ସମାଜର ବାର୍ଷିକ ସମାବେଶ ଆୟୋଜିତ ହୋଇଯାଇଛି। ଏହି ସମାବେଶକୁ ରାଜ୍ୟ ସଭାପତି ବିକ୍ରମ କେଶରୀ ସାହୁ ଉଦ୍ଘାଟନ କରିବା ସହ ସମାଜର ଅସହାୟ ପୀଡିତ ଲୋକଙ୍କୁ ସହାୟତା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ପାଦକ ଉଦୟନାଥ ସାହୁ,ଉପଦେଷ୍ଟା ପୂର୍ଣ୍ଣଚନ୍ଦ୍ର ସାହୁ,ପୃଷ୍ଠପୋଷକ ଗୋବିନ୍ଦ ଚନ୍ଦ୍ର ସାହୁ,ଯୁବ ସଭାପତି ମଙ୍ଗରାଜ ସାହୁ,ସ୍ଵତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭରତ ମଣ୍ଡଳ,ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ
ପ୍ରଶାନ୍ତ କୁମାର ସାହୁ,ଅକ୍ଷୟ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଜନ ମଙ୍ଗଳ କାର୍ଯ୍ୟ ଉପରେ ଗୁରୁତ୍ବ ଦେଇଥିଲେ । ଜିଲ୍ଲା ସଭାପତି ଜୟାନନ୍ଦ ସାହୁ ସଂଘର ସଂଗଠନ ଦୃଢ଼ କରିବା ପାଇଁ ଆହ୍ୱାନ ଦେଇଥିଲା ବେଳେ ସମ୍ପାଦକ ଭରତ ଚନ୍ଦ୍ର ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ ।

ରାଜ୍ୟ ସମ୍ପାଦକ ପ୍ରଭାତ କୁମାର ସାହୁ ସଭା ପରିଚାଳନା କରିଥିଲେ। ରାଜ୍ୟ ସଭାପତି ଜଣେ ମହିଳାଙ୍କୁ ସ୍ବାବଲମ୍ବୀ ହେବା ପାଇଁ ସିଲେଇ ମେସିନ,ଜଣେ ଶିଶୁର ଚିକିତ୍ସା ପାଇଁ ଦଶ ହଜାର ଟଙ୍କା ଏବଂ।ମେଧାବୀ ଛାତ୍ରୀ ବର୍ଣାଳୀ ସାହୁଙ୍କ ପାଠ ପଢା ପାଇଁ ନଗଦ କୋଡ଼ିଏ ହଜାର ଟଙ୍କା ଅର୍ଥ ରାଶି ସହାୟତା ଦେଇଥିଲେ। ଏହାପରେ ଜିଲ୍ଲା ସଂଘ ର ନିର୍ବାଚନ ଅନୁଷ୍ଠିତ ହୋଇଥିଲା।ଆସନ୍ତା ଦୁଇ ବର୍ଷ ପାଇଁ ସଭାପତି ରୂପେ ଜୟା ନନ୍ଦ ସାହୁ,ଉପ ସଭାପତି ଅସିତ୍ କୁମାର ସାହୁ,ସମ୍ପାଦକ ଭାରତ ଚନ୍ଦ୍ର ସାହୁ, ସହ ସଂପାଦକ ରୂପେ ପ୍ରଦୀପ କୁମାର ପ୍ରଧାନ ,କୋଷାଧ୍ୟକ୍ଷ ଯଶୋବନ୍ତ ସାହୁ,ଯୁବ ସଭାପତି ରଞ୍ଜିତ କୁମାର ମହାପାତ୍ର,ମହିଳା ସଭାନେତ୍ରୀ ଶ୍ରୀମତୀ ଅନିତା ସାହୁ,ଉପ ସଭାନେତ୍ରୀ ଶ୍ରୀମତି ସସ୍ମିତା ସାହୁ,ସମ୍ପାଦିକା ରୂପେ ମିନତି ନାୟକ ମନୋନୀତ ହୋଇଥିଲେ।ଜରାସିଂହା ଗାଁ କମିଟି ପକ୍ଷରୁ ଯୁବଗୋଷ୍ଠୀ ମାନେ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Leave A Reply

Your email address will not be published.

error: Content is protected !!