ନାବାଳିକାକୁ ଅସଦାଚରଣ, ଅଭିଯୁକ୍ତ ଗିରଫ

0

ଅନୁଗୁଳ: ଜଣେ ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଅନୁଗୁଳ ସଦର ଥାନା ପୁଲିସ୍ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲା ଅନୁଗୁଳ ଥାନା ଇଲାକାର ରାଜା ଭୂତିଆ(୨୧) । ପୁଲିସ୍ ସୂଚନା ମୁତାବକ,ଅସଦାଚରଣର ଶିକାର ହୋଇଥିବା ନାବାଳିକାଙ୍କ ବୟସ ୧୬ ବର୍ଷ । ଘରେ କେହି ନଥିବା ବେଳେ ଶନିବାର ପୂର୍ବାହ୍ନ ୧୧ଟାରେ ଅଭିଯୁକ୍ତ ରାଜା ନାବାଳିକାଙ୍କ ଘରେ ପଶିଥିଲା । ଏକୁଟିଆ ପାଇ ନାବାଳିକାକୁ ଅସଦାଚରଣ କରିଥିଲା । ନାବାଳିକା ଚିତ୍କାର କରିବାରୁ ପଡ଼ୋଶୀ ପହଞ୍ଚି ଯାଇଥିଲେ । ଫଳରେ ରାଜା ଚମ୍ପଟ ମାରିଥିଲା । ଏନେଇ ନାବାଳିକାଙ୍କ ପରିବାର ଲୋକ ସଦର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ୍ ଅଭିଯୁକ୍ତ ରାଜାକୁ ଗିରଫ କରି ରବିବାର କୋର୍ଟଚାଲାଣ କରିଛି ।

Leave A Reply

Your email address will not be published.

error: Content is protected !!