ଅନୁଗୁଳ: ବର୍ଷା ତୁହାକୁ ତୁହା ହେଉଛି। ଆଗକୁ ଶୀତଦିନ ଆସୁଛି। ଜିଲ୍ଲାରେ କରୋନାର ପ୍ରକୋପ ବି କମିବାର ନାଁ ନେଉନି। ଦୈନିକ ୧୫୦ରୁ ୨୫୦ ଲୋକ କରୋନା ରେ ପଡୁଛନ୍ତି। ତେବେ ଏଭଳି ପରିସ୍ଥିତିରେ କରୋନା ମୁକାବିଲା ପାଇଁ ଜିଲ୍ଲା ସ୍ବାସ୍ଥ୍ୟ ପ୍ରଶାସନ ସ୍ବତନ୍ତ୍ର ପଦକ୍ଷେପ ନେଇଛି। ଏକ ଭିଡିଓ ବାର୍ତ୍ତାରେ ଅନୁଗୁଳ ସିଡିଏମ୍ଓ ଡା. ଅଭୟ କୁମାର ଦାଶ କରୋନା ମୁକାବିଲା ପାଇଁ ୨୦ ସାଧାରଣ ଆମ୍ବୁଲାନ୍ସ ଏବଂ ଗୋଟିଏ ଆକ୍ଟିଭ୍ ଲାଇଫ୍ ସପୋର୍ଟ (ଏଏଲଏସ) ଯୁକ୍ତ ଆମ୍ବୁଲାନ୍ସକୁ ନିୟୋଜିତ କରାଯାଇଛି। କରୋନା ସଂକ୍ରମିତ ବା ସନ୍ଦିଗ୍ଧ ଆବଶ୍ୟକସ୍ଥଳେ ୦୬୭୬୪-୨୩୦୬୧୨ କିମ୍ବା ୯୪୩୯୯୮୧୭୫୬କୁ ଫୋନ୍ କରି ସହାୟତା ନେଇପାରିବେ ବୋଲି ସ୍ବାସ୍ଥ୍ୟ ପ୍ରଶାସନ ପକ୍ଷରୁ କୁହାଯାଇଛି।
ଅନୁଗୁଳରେ କରୋନା ମୁକାବିଲା
- Post published:October 18, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
