ଅନୁଗୁଳ: ଏଣିକି ବ୍ୟାଙ୍କରେ ଟଙ୍କା ଡିପୋଜିଟ୍ କର କି କାଢ଼ ଆପଣଙ୍କୁ ଚାର୍ଜ ଲାଗିବ। ବ୍ୟାଙ୍କ ଅଫ୍ ବରୋଦା ନଭେମ୍ବର ୧ଠାରୁ ଏଭଳି ବ୍ୟବସ୍ଥା ଲାଗୁ କରିବାକୁ ଯାଉଥିବା ବେଳେ ଅନ୍ୟ ବ୍ୟାଙ୍କମାନେ ମଧ୍ୟ ଏଭଳି ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶଙ୍କା କରାଯାଉଛି। ୩ ଥର ଫ୍ରି ଟଙ୍କା ଉଠାଣଈ ପରେ ୪ର୍ଥ ଥର ଉଠାଣ ବେଳେ ୧୫୦ ଟଙ୍କା ଚାର୍ଜ କରାଯିବ। ସେହିଭଳି ୩ ଥର ଫ୍ରି ଡିପୋଜିଟ୍ ପରେ ୪ର୍ଥ ଥର ଠାରୁ ଡିପୋଜିଟ୍ ପିଛା ୪୦ ଟଙ୍କା ଆଦାୟ କରାଯିବ। ଏ ପ୍ରସଙ୍ଗରେ କ˚ଗ୍ରେସ କେନ୍ଦ୍ର ସରକାରଙ୍କୁ ଢେର ସମାଲୋଚନା କରିଛି।
ଏଣିକି ବ୍ୟାଙ୍କରୁ କାଢ଼ିଲେ ଚାର୍ଜ, ଡିପୋଜିଟ୍ କଲେ ବି ଚାର୍ଜ
- Post published:November 2, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau

Tags: Angul