କୋହଲା ପାଗ, ଥରାଉଛି ଶୀତ

0

ଅନୁଗୁଳ: ବାତ୍ୟା ନିଭା ପ୍ରକୋପରେ ଅନୁଗୁଳ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଦିନର ତାପମାତ୍ରା ଅସ୍ୱାଭାବିକ ଭାବେ ହ୍ରାସ ପାଇଛି। ଦିନବେଳା ଥଣ୍ଡା ପବନ ଯୋଗୁ ଭୀଷଣ ଶୀତ ମଧ୍ୟ ଅନୁଭୂତ ହେଉଛି।
ଆଜି ଦକ୍ଷିଣ ଓଡ଼ିଶାର ପ୍ରାୟ ୮ଟି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ଥିବା ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ପାଣିପାଗ ବିଭାଗର ସୂଚନାନୁସାରେ, ରାଜ୍ୟର ୧୩ଟି ସ୍ଥାନରେ ପାରଦ ୧୫ ଡିଗ୍ରୀ ସେଲସିୟସ୍‌ ଭିତରେ ରହିଛି ।ଦାରିଙ୍ଗିବାଡ଼ିରେ ସର୍ବନିମ୍ନ ତାପମାତ୍ରା ୮.୫ ଡିଗ୍ରୀ ସେଲସିୟସ୍‌ ଥିବାବେଳେ ଦିନରେ ତାପମାତ୍ରା ୨୩ ଡିଗ୍ରୀ ସେଲସିୟସ୍‌ ରେକର୍ଡ ହୋଇଛି ।

online coaching

Leave A Reply

Your email address will not be published.