ନ୍ୟାୟରୂୁ ବଞ୍ଚିତ ଶରତ:ହକ୍ ପାଇଁ ୪୦ ବର୍ଷ ଧରି ନ୍ୟାୟିକ ସଂଗ୍ରାମ

You are currently viewing ନ୍ୟାୟରୂୁ ବଞ୍ଚିତ ଶରତ:ହକ୍ ପାଇଁ ୪୦ ବର୍ଷ ଧରି ନ୍ୟାୟିକ ସଂଗ୍ରାମ

ଅନୁଗୁଳ: ବୟସ ୮୦ ପାଖାପାଖି। ଆଖି କୋରଡ଼କୁ ପଶିଗଲାଣି। ଠିକ୍‌ ଭାବେ ଦିଶୁନି। ଅଣ୍ଟା ନଇଁ ଗଲାଣି। ପେଟ ପାଟଣା ପାଇଁ ଅନୁଗୁଳ ଶିମିଳିପଡ଼ାରେ କରିଛନ୍ତି ଚା’ ଷ୍ଟଲ୍‌। ରାତି ନ ପାହୁଣୁ ଗ୍ରାହକ ପାଇଁ ଗ୍ଲାସ୍‌ ଧୋଇ ଚା’ ବଢାଇ ଦେଉଛନ୍ତି ସେ। ଆମେ କହୁଛୁ ଏକଦା ଗୋଲା ସେକ୍ରେଟାରୀ ଥିବା ଶରତ ଚନ୍ଦ୍ର ଥମ୍ବଙ୍କ କଥା। କାମାକ୍ଷାନଗର ଅଞ୍ଚଳରେ ଗୋଲା ସେକ୍ରେଟାରୀ ଭାବେ ଚାକିରି କରୁଥିବା ଶରତଙ୍କର ୧୯୭୮ ମସିହାରେ ବିନା କାରଣରେ ଦରମା ବନ୍ଦ କରି ଦିଆଯାଇଥିଲା। ଏହାର ପ୍ରତିବାଦ କରିବାରୁ ତାଙ୍କୁ ଅନୁଗୁଳ ବଦଳି କରି ଦିଆଗଲା। ହେଲେ କୌଣସି ନିର୍ଦ୍ଦିଷ୍ଟ ଡ୍ୟୁଟି ଦିଆଯାଇନଥିଲା। ୧୯୮୯ରେ ଶରତ ଭୁବେନଶ୍ବର ଲେବର କୋର୍ଟରେ ଏଥିନେଇ ଅଭିଯୋଗ ପରେ ୧୯୯୬ରେ ତାଙ୍କ ସପକ୍ଷରେ କୋର୍ଟ ରାୟ ଦେଇ ତାଙ୍କର ସମସ୍ତ ବକେୟା ପ୍ରାପ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। କିିନ୍ତୁ କିଛି ସୁଫଳ ମିଳିନଥିଲା। ଶରତ ବାଧ୍ୟ ହୋଇ ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲେ। ଏଥିରେ ପକ୍ଷଭୁକ୍ତ ଥିବା ସ˚ପୃକ୍ତ କେନ୍ଦ୍ର ସମବାୟ ବ୍ୟାଙ୍କ ରିଭ୍ୟୁ ପିଟିସନ୍‌ ହାଇକୋର୍ଟରେ ଦାଖଲ କରିଥିଲେ। ଏବେ ସେ ମାମଲା ଏଭଳି ଗଡ଼ି ଗଡ଼ି ଚାଲିଛି। ପିଟିସନ୍‌, ରିଭ୍ୟୁ ପିଟିସନ୍‌ ଭିତରେ ପେଶି ହୋଇଯାଇଛି ଶରତଙ୍କ ପରିବାର। ଦୀର୍ଘଶ୍ବାସ ଭିତରେ ଶରତଙ୍କ ଗୋଟିଏ ଉକ୍ତି- ମୋ ବଞ୍ଚିଥିବା ଭିତରେ ମୋ’ ଲକ୍ଷ ଲକ୍ଷ ଟଙ୍କାର ନ୍ୟାଯ୍ୟ ଦରମା ପାଇପାରିବି ତ!!

Share

Leave a Reply