ଆଜି ପବିତ୍ର ଜନ୍ମାଷ୍ଟମୀ, ମଧ୍ୟ ରାତ୍ରରେ ଜନ୍ମ ନେବେ ପ୍ରଭୁ ଶ୍ରୀକୃଷ୍ଣ

ଶ୍ରୀକୃଷ୍ଣ, ଗୋବିନ୍ଦ, ହରେ ମୁରାରୀ, ହେ ନାଥ ନାରାୟଣ ବାସୁଦେବ।

0

ଆଜି ପବିତ୍ର ଜନ୍ମାଷ୍ଟମୀ। ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମୋତ୍ସବକୁ ଜନ୍ମାଷ୍ଟମୀ କୁହାଯାଏ। କିମ୍ବଦନ୍ତୀ ଅନୁସାରେ, ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମୀ ତିଥିରେ ପ୍ରଭୁ ଶ୍ରୀକୃଷ୍ଣ, ଦେବକୀ ଓ ବସୁଦେବଙ୍କ ପୁତ୍ର ଭାବେ ମଥୁରାରେ ଜନ୍ମ ଗ୍ରହଣ କରିଥିଲେ । ଏହି ତିଥିର ରାତ୍ରିରେ କୃଷ୍ଣଙ୍କୁ ଧ୍ୟାନ କଲେ, ତାଙ୍କ ନାମ ନେଇ ମନ୍ତ୍ର ଜପ କଲେ, ସାଂସାରିକ ମୋହମାୟା ଜନିତ ଆସକ୍ତି ଦୂର ହୁଏ ବୋଲି ବିଶ୍ୱାସ ରହିଛି । ତେଣୁ ଏହାକୁ ମୋହରାତ୍ରି ମଧ୍ୟ କୁହାଯାଏ ।

online coaching

ପୃଥିବୀ ପୃଷ୍ଠରୁ ପାପର ଭାରକୁ କମାଇବା ଲାଗି ଏବଂ ସାଧୁସନ୍ଥ, ମୁନିଋଷିଙ୍କୁ ରକ୍ଷା କରିବା ପାଇଁ ଭଗବାନ ବିଷ୍ଣୁ ଧାରଣ କରିଥିଲେ ଶ୍ରୀକୃଷ୍ଣ ଅବତାର। ସାରା ବିଶ୍ୱର ହିନ୍ଦୁ ସଂପ୍ରଦାୟ ଏହାକୁ ପାଳନ କରୁଥିବା ବେଳେ ଉତ୍ତର ଭାରତରେ ଏହାକୁ ଖୁବ ଧୁମଧାମରେ ପାଳନ କରାଯାଏ। ଦ୍ୱାରିକାରେ ଆଡ଼ମ୍ବରର ସହକାରେ ବେଶ୍‌ ଆକର୍ଷଣୀୟ ଢଙ୍ଗରେ ଜନ୍ମାଷ୍ଟମୀ ପାଳନ କରାଯାଉଥିବା ବେଳେ ମହାରାଷ୍ଟ୍ରରେ ବିଶେଷ କରି ଦହିହାଣ୍ଡି ଭଙ୍ଗା ଆୟୋଜିତ ହୁଏ।

ଭଗବାନ ଶ୍ରୀକୃଷ୍ଣଙ୍କର ଜନ୍ମ ଅଷ୍ଟମୀ ତିଥିର ରୋହିଣୀ ନକ୍ଷତ୍ରରେ ହୋଇଥିଲା। ଏହି ଦିନ ବୃଷ ରାଶିରେ ଚନ୍ଦ୍ର ଅବସ୍ଥାନ କରିଥିବା ବେଳେ ସିଂହ ରାଶିରେ ସୂର୍ଯ୍ୟ ଅବସ୍ଥାନ କରିଥାନ୍ତି। ଅଧ ରାତିରେ ପ୍ରଭୁ ଜନ୍ମ ଗ୍ରହଣ କରୁଥିବାରୁ ରାତି ତମାମ ହରିନାମ ସଂକୀର୍ତ୍ତନ କରିଥାଆନ୍ତି ଭକ୍ତ । ଠିକ୍‌ ମଧ୍ୟ ରାତ୍ରରେ ଜନ୍ମ ନେଇଥିଲେ ପ୍ରଭୁ ଶ୍ରୀକୃଷ୍ଣ। ‘ଜନ୍ମାଷ୍ଟମୀ’କୁ ‘ବ୍ରତରାଜ’ ବୋଲି କୁହାଯାଏ । ବିଶ୍ୱାସ ରହିଛି, ଏହି ଗୋଟିଏ ଦିନ ବ୍ରତ ରଖିବା ଦ୍ୱାରା ହିଁ ଅନେକ ଫଳ ପ୍ରାପ୍ତି ହେବା ସହ ମନସ୍କାମନା ପୂର୍ଣ୍ଣ ହୋଇଥାଏ। ଏହି ଦିନ ପ୍ରଭୁ ଶ୍ରୀକୃଷ୍ଣଙ୍କର ପୂଜା କରିବା ଦ୍ୱାରା ସନ୍ତାନ ପ୍ରାପ୍ତି, ଆୟୁ ତଥା ସମୃଦ୍ଧି ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି।

Leave A Reply

Your email address will not be published.

error: Content is protected !!