ଆଜି ଜାତୀୟ ପ୍ରଦୂଷଣ ନିରାକରଣ ଦିବସ ଅନୁଗୁଳର ବାୟୁ ସେବନ ପାଇଁ ଅନୁପଯୋଗୀ

0

ଅନୁଗୁଳ: ଅନୁଗୁଳର ବାୟୁମଣ୍ଡଳ ଗତ ଦୁଇ ଦଶନ୍ଧି ଧରି ଆଉ ପୂର୍ବ ଭଳି ସେବନ ଉପଯୋଗୀ ହୋଇ ରହିନାହିଁ। ଧୀରେ ଧୀରେ ଅନୁଗୁଳର ବାୟୁ ମଣ୍ଡଳ ସ୍ବାସ୍ଥ୍ୟ ପାଇଁ ଅହିତକାରୀ ପାଲଟିଛି। ଅନୁଗୁଳ ଜିଲ୍ଲାରେ ଏବେ ବହୁ ଭାରି ଉଦ୍ୟୋଗ ରହିଛି।ଆଲୁମିନିୟମ ଶିଳ୍ପ,ଲୁହା,ସ୍ପଞ୍ଜ ଲୁହା କାରଖାନାରୁ ନିର୍ଗତ ଗ୍ୟାସ ସ୍ଥାନୀୟ ବାୟୁ ମଣ୍ଡଳକୁ ବିଷାକ୍ତ କରିଛି। ବାୟୁ ଓ ଜଳ ପ୍ରଦୂଷିତ ହେବା ଯୋଗୁଁ ଅନୁଗୁଳରେ ଦୁଃସାଧ୍ୟ ରୋଗର ପ୍ରାଦୁର୍ଭାବ ମଧ୍ୟ ଦେଖା ଦେଉଛି।ପ୍ରଥମ କଥା ହେଲା ଅନୁଗୁଳ ଜିଲ୍ଲା ଦେଇ ପ୍ରାୟ ଦଶ ହଜାର ଯାନ ବାହନ ଦୈନିକ ଚଳାଚଳ କରୁଛି। ଏଥିରୁ ବାହାରୁଥିବା କାର୍ବନ ଡାଇ ଅକ୍ସାଇଡ,କାର୍ବନ ମନୋଅକ୍ସାଇଡ ଆଦି ବାଷ୍ପ ବାୟୁମଣ୍ଡଳକୁ ପ୍ରଦୂଷିତ କରୁଛି।

ଏହାଛଡା ବାୟୁ ମଣ୍ଡଳରେ ଯେତିକି ଧୂଳିକଣା ବା ପର୍ଟିକୁଲେଟ୍ ମ୍ୟାଟର ରହିବା କଥା ତାହାଠାରୁ ଦଶ ଗୁଣା ଅଧିକ ଥିବା ବିଶେଷଜ୍ଞ ମାନେ ପ୍ରକାଶ କରିଛନ୍ତି । ଏହା ଦ୍ଵାରା ଏକ୍ଜୀମା,ସୋରାଇସିସ,ଫଙ୍ଗଲ୍ ଇନ୍ଫେକ୍ସନ୍ ଆଦି ଚର୍ମରୋଗ ବ୍ୟାପିବାରେ ଲାଗିଛି। ମଧ୍ୟ ଓଡ଼ିଶାର ସବୁଠାରୁ ଅଧିକ ଚର୍ମ ରୋଗୀ ଅନୁଗୁଳରେ ଏବେ ଦେଖିବାକୁ ମିଳୁଛି।ଏହାଛଡା ଶ୍ୱାସ,ଟିବି ଭଳି ମାରାତ୍ମକ ରୋଗ ମଧ୍ୟ ଅନୁଗୁଳ ରେ ଅଧିକ ଦେଖିବାକୁ ମିଳୁଛି।ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ ଯେଭଳି ତତ୍ପରତା ଦେଖାଇବା ସହ ସଚେତନତା ସୃଷ୍ଟି କରିବା କଥା ତାହା କରିପାରୁନାହିଁ। ଯାହା ଫଳରେ କି ଅନୁଗୁଳର ବାୟୁ ମଣ୍ଡଳ ଅଧିକ ପ୍ରଦୂଷିତ ହେଉଥିଲେ ମଧ୍ୟ ନିୟନ୍ତ୍ରଣ କରିବାକୁ କାହାରି ଚିନ୍ତା ନାହିଁ।

କମ୍ପାନୀ ଗୁଡ଼ିକର ପାୱାର ପ୍ଲାଣ୍ଟରୁ ନିର୍ଗତ ଉଡନ୍ତା ପାଉଁଶ ମନ ଇଛା ରାସ୍ତା ଘାଟରେ ପକାଇବା ଦ୍ୱରା ପ୍ରଦୂଷଣ ଅଧିକ ବଢୁଛି। ପରିବେଶବିତମାନେ ଏଥିନେଇ ବେଶ୍ ଉଦବେଗ ପ୍ରକାଶ କରିଛନ୍ତି। ସହର ଚାରିପଟେ ସବୁଜ ବଳୟ ସୃଷ୍ଟି କରିବା ସହ ବାୟୁ ପ୍ରଦୂଷଣକୁ ନିୟନ୍ତ୍ରଣ କରି ପାରିଲେହିଁ ଅନୁଗୁଳ ସହର ଅପେକ୍ଷାକୃତ ସବୁଜ ସୁନ୍ଦର ହୋଇପାରିବ।

Leave A Reply

Your email address will not be published.

error: Content is protected !!