ଅଧିକାରୀ ହେବ ତ ଏମିତି! ଅପହଞ୍ଚ ସାତକୋଶିଆରେ ଗଛ ମୂଳରେ ବସି ଡାକ ସେବା ଯୋଗାଉଛନ୍ତି ପୋଷ୍ଟ ମାଷ୍ଟର ପଦ୍ମିନୀ ଜେନା

You are currently viewing ଅଧିକାରୀ ହେବ ତ ଏମିତି! ଅପହଞ୍ଚ ସାତକୋଶିଆରେ ଗଛ ମୂଳରେ ବସି ଡାକ ସେବା ଯୋଗାଉଛନ୍ତି ପୋଷ୍ଟ ମାଷ୍ଟର ପଦ୍ମିନୀ ଜେନା

ଅନୁଗୁଳ: ଅନୁଗୁଳ ଜିଲ୍ଲାରେ ଧୀରେ ଧୀରେ ସ୍ୱାଭାବିକ ହେଉଛି ବନ୍ୟା ପରିସ୍ଥିତି। ପାଣି ଛାଡୁଥିବା ବେଳେ ଲୋକମାନେ ଘରକୁ ଫେରୁଛନ୍ତି। ତେବେ ଏଭଳି ସ୍ଥିତିରେ ନଦୀ କୂଳରେ ଲୋକଙ୍କୁ ସେବା ଯୋଗାଉଛନ୍ତି ଜଣେ ସରକାରୀ କର୍ମଚାରୀ। ଅଫିସରେ ନେଟୱାର୍କ ନ ଥିବାରୁ ସରକାରୀ ଅଧିକାରୀ ଜଣକ ନେଟୱାର୍କ ଆସୁଥିବା ସ୍ଥାନ ନଦୀ କୂଳ ଆମ୍ବ ଗଛ ମୂଳରେ ଲୋକଙ୍କ କାମ କରୁଛନ୍ତି। ଏହି ଅଧିକାରୀ ହେଲେ ମହିଳା ପୋଷ୍ଟ ମାଷ୍ଟର ପଦ୍ମିନୀ ଜେନା ।

ତେବେ ଆଜି ନୁହେଁ, ଦୀର୍ଘ ଦୁଇ ବର୍ଷ ହେଲାଣି ସାତକୋଶିଆ ଗଣ୍ଡ ମହାନଦୀ କୂଳରେ ଗଛ ମୂଳରେ ବସି ସରକାରୀ କାମ କରୁଛନ୍ତି ପଦ୍ମିନୀ। ଚେୟାର ନାହିଁ କି ଶୀତ ତାପ ନିୟନ୍ତ୍ରଣ ସରକାରୀ କୋଠରୀ ନାହିଁ। ପ୍ରାକୃତିକ ପରିବେଶରେ ସେବା ଯୋଗାଉଛନ୍ତି ଏହି ପୋଷ୍ଟ ମାଷ୍ଟର।

ସୂଚନାଯୋଗ୍ୟ ଯେ ସାତକୋଶିଆ ଅଭୟାରଣ୍ୟ ଅଞ୍ଚଳରେ ହାତ ଗଣତି କେତେଜଣଙ୍କୁ ବାଦ୍ ଦେଲେ ବାକି ପ୍ରାୟତଃ ଆଦିବାସୀ ଓ ମୂଲିଆ ଶ୍ରେଣୀର ଲୋକ। କେଉଁଠି କିଛି ମୂଲ ଲାଗିଲେ ସେମାନଙ୍କ ହାତକୁ ଦୁଇପଇସା ଆସେ। ସେଥିରୁ ପରିବାର ପାଇଁ ରଖି ଅଳ୍ପ ସଞ୍ଚୟ କରିବାକୁ ଇଚ୍ଛା ଥିଲେ ବି ଜଙ୍ଗଲ ଅଞ୍ଚଳ ହୋଇଥିବାରୁ ଲୋକେ ବ୍ୟାଙ୍କ ନିକଟରେ ପହଞ୍ଚି ପାରିନଥାନ୍ତି। ଶହେ ଟଙ୍କା ରଖିବାକୁ ଗଲେ ପଚାଶ ଟଙ୍କା ଖର୍ଚ୍ଚ ହେବ। ଏପରି ଏକ ଅଞ୍ଚଳର ଶ୍ରମଜୀବୀଙ୍କ ସଞ୍ଚୟର ଭରସା ପାଲଟିଛନ୍ତି ଏହି ମହିଳା ପୋଷ୍ଟ ମାଷ୍ଟର । ଅଞ୍ଚଳରେ ଇଣ୍ଟରନେଟ୍ ସେବା ଉପଲବ୍ଧ ହେଉ ନ ଥିବାରୁ ପିଓଏସ୍ ମେସିନ ଧରି ଘାଟସାହି ମୁହାଣ ମହାନଦୀ ପଠାରେ ଜଗି ବସିବାକୁ ପଡ଼ୁଛି ପଦ୍ମିନୀଙ୍କୁ। ସେଠାରେ ନେଟ୍‌ ସଂଯୋଗ ମିଳୁଥିବାରୁ ସେହିଠାରେ ହିଁ ସେ ଟଙ୍କା ଜମା ଆଉ ଉଠାଣ କରିପାରୁଥିବା ଜଣାଯାଇଛି।

Share

Leave a Reply