ବଢ଼ି ଚାଲିଛି ମାର୍କେଟ କମ୍ପ୍ଲେକ୍ସ: ପାର୍କି˚ ପାଇଁ ଜାଗା ନାହିଁ

You are currently viewing ବଢ଼ି ଚାଲିଛି ମାର୍କେଟ କମ୍ପ୍ଲେକ୍ସ: ପାର୍କି˚ ପାଇଁ ଜାଗା ନାହିଁ

ଅନୁଗୁଳ: ଅନୁଗୁଳ ସହର ମଧ୍ୟରେ ଘରୋଇ ଜାଗାରେ ଚଳିତ ବର୍ଷ ବହୁ ମାର୍କେଟ୍‌ କମ୍ପ୍ଲେକ୍ସ ଗଢ଼ି ଉଠିଛି। ବସ୍‌ଷ୍ଟାଣ୍ତ, ଅମଲାପଡ଼ା, ଶିମିଳିପଡ଼ା, ଶଙ୍କର ସିନେମା ରୋଡ୍‌, ଗାନ୍ଧୀମାର୍ଗ ଆଦି ସ୍ଥାନଗୁଡ଼ିକରେ ବହୁତଳ ଆତ୍ତଳିକମାନ ଗଢି ଉଠିବା ସହ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିଛି।ଘର ମାଲିକମାନେ ତାମଡା ଆଇନ ଉଲ୍ଲ˚ଘନ କରି ପାର୍କି˚ ସ୍ଥାନ ନରଖି ଏହି ମାର୍କେଟ୍‌ କମ୍ପ୍ଲେକ୍ସ ଗଢ଼ିଛନ୍ତି। ବିନା ଟ୍ରେଡ୍‌ ଲାଇସେନ୍ସ, ପାର୍କି˚ ସ୍ଥାନ ନରଖି ଏହି ବଜାର ଗୁଡ଼ିକ ଖୋଲିବା ଦ୍ବାରା ଅଯଥା ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ହେଉଛି ଏବ˚ ଦୁର୍ଘଟଣା ମଧ୍ଯ ଘଟୁଛି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବେ ବୋଲି ଆଶା କରାଯାଉଛି।

ସୂଚନାଯୋଗ୍ୟ, ଅନୁଗୁଳ ସହରାଞ୍ଚଳ ପାଇଁ ସମ୍ପ୍ରତି ପ୍ରମୁଖ ସମସ୍ୟ ହେଉଛି ପାର୍କିଂ। ପୌରାଞ୍ଚଳରେ ସ୍ଵତନ୍ତ୍ର ପାର୍କିଂ ଜାଗା ନାହିଁ। ପାର୍କିଂ ପାଇଁ ଜାଗା ଇଞ୍ଚେ ନଥିବା ବେଳେ ଦିନକୁ ଦିନ ବ୍ୟବସାୟିକ ପ୍ରତିଷ୍ଠାନ ଖୋଲିବାରେ ଲାଗିଛି। ଖୋଦ୍ ପୌର ପ୍ରଶାସନ ବି ଦୋକାନ ଘର ବଢାଇ ଚାଲିଛି। ତାମଡ଼ା ଆଇନର ଧଜିଆ ଉଡ଼ାଇ ନିତି କୋଠା ନିର୍ମାଣ ହେଉଥିଲେ ବି ତଦାରଖ କି କଟକଣା ଲଗାଇବାକୁ ସାମର୍ଥ୍ୟ ସମ୍ବଳ ନାହିଁ। ଫଳ ସ୍ୱରୂପ ସହରରେ ଉତ୍କଟ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଛି। ରାସ୍ତା କଡ଼ରେ ବସ୍, ଟ୍ରକ୍ ମାସ ମାସ ଧରି ଠିଆ ହେଇଛି। ଫୁଟ ପାଥ୍ ବେପାରୀ କବଜା କରି ନେଇଛନ୍ତି।

Share

Leave a Reply