ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ବାଲିପଶି ପଞ୍ଚାୟତ ବରପଦା ହାଟ ଛକରେବଥିବା ବସ୍ ଷ୍ଟାଣ୍ଡ ଘରୁ ଶିକ୍ଷକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ ଶିକ୍ଷକ ହେଲେ ସୋମନାଥ ସାହୁ।
ସୂଚନା ଅନୁଯାୟୀ, ବାଲିପଶି ପଞ୍ଚାୟତ ଅନ୍ଧାରି ଗାଁର ସୋମନାଥ ସାହୁ ଗତକାଲି ପ୍ରଶିକ୍ଷଣ ପାଇଁ ବଜ୍ରକୋଟ ସ୍କୁଲକୁ ଯାଇ ରାତିରେ ଆଉ ଘରକୁ ନ ଫେରିଥିଲେ। ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ଖବର ପାଇ ନଥିଲେ। କିନ୍ତୁ ଆଜି ସକାଳୁ ତାଙ୍କ ମୃତଦେହ ବରପଦା ହାଟ ଛକ ବସ୍ ଷ୍ଟାଣ୍ଡ ଗୃହ ଠାରେ ପଡ଼ିଥିଲା। ସ୍ଥାନୀୟ ଲୋକେ ତାଙ୍କ ପରିବାର ଲୋକଙ୍କୁ ଖବର ଦେଇଥିଲେ। ତାଙ୍କ ବାପା ଦୁର୍ଯ୍ୟୋଧନ ସାହୁ ଏନେଇ ରେଙ୍ଗାଳି ଥାନାକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ, ବାଇକ, ଡିକିରେ ଥିବା ଲକ୍ଷେ ବତିଶ ହଜାର ପାଞ୍ଚ ଶହ ଟଙ୍କା, ମୋବାଇଲ ଜବତ କରିଥିଲା। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପାଳଲହଡ଼ା ଡାକ୍ତରଖାନା ପଠାଇବା ସହ ପୋଲିସ ତଦନ୍ତ ଜାରିରଖିଛି।















