ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରଥମ ଇ-ଟଏଲଟ ସଞ୍ଜିବନୀ ମାର୍କେଟରେ ସ୍ଥାପନ କରାଯିବା ନେଇ ଗୁରୁବାର ଭିତ୍ତପ୍ରସ୍ତର ସ୍ଥାପନ ହୋଇଛି। ୟୁନିସେଫର ପରାମର୍ଶ ତଥା ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଏହି ଅଭିନବ ପ୍ରୟାସ ଆରମ୍ଭ କରିଛି ପୌରପାଳିକା। ଏହି ଟଏଲେଟରେ ସେନସରଯୁକ୍ତ ଅଟୋମେଟିକ କମାଣ୍ଡ ବ୍ୟବସ୍ଥା ରହିଛି l ଟଙ୍କିକିଆ କଏନ ଦେଇ ଏହି ଟଏଲେଟକୁ ବ୍ୟବହାର କରିହେବ l ଭର୍ଚୁଆଲ ବ୍ୟବସ୍ଥାରେ ଜିଲ୍ଲାପାଳ ଏହାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହି କାର୍ଯ୍ୟକ୍ରମରେ ପୌରକର୍ମଚାରୀଙ୍କ ସମେତ ୟୁନିସେଫ କର୍ମକର୍ତ୍ତା ଉପସ୍ଥିତ ଥିଲେ।ଏକ କିନ୍ନର ସ୍ଵୟଂ ସହାୟକ ଗୋଷ୍ଠୀକୁ ଏହାର ପରିଚାଳନା ଦାୟିତ୍ଵ ଦେଇ ସେମାନଙ୍କୁ ଆତ୍ମନିର୍ଭରଶୀଳ କରାଯିବା ଦିଗରେ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଥିଲେ।
ଅନୁଗୁଳରେ ପ୍ରଥମ
- Post published:November 20, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
