ଅନୁଗୁଳ କୁକୁଡ଼ା ପାଳନ କେନ୍ଦ୍ରରେ ଚିଆଁ ଚାହିଦା ବଢ଼ୁଛି

You are currently viewing ଅନୁଗୁଳ କୁକୁଡ଼ା ପାଳନ କେନ୍ଦ୍ରରେ ଚିଆଁ ଚାହିଦା ବଢ଼ୁଛି

ଅନୁଗୁଳ: ଅନୁଗୁଳ ସରକାରୀ କୁକୁଡ଼ା ପାଳନ କେନ୍ଦ୍ରର ସି˚ହଭାଗ ଜମି ଅନୁଗୁଳ ମେଡିକାଲ୍‌ ନେଇଯିବା ପରେ କୁକୁଡ଼ା ପାଳନ ଆପାତତଃ ବନ୍ଦ ହୋଇଯାଇଛି। କେବଳ ଜଗୁଆଳି ଅଫିସ୍‌କୁ ଜଗି ବସିଥିବା ବେଳେ ଅବଶିଷ୍ଟ ଜାଗାରେ ଥିବା କୁକୁଡ଼ା ହ୍ୟାଚେରୀ କିନ୍ତୁ ଚିଆଁ ଉତ୍ପାଦନ କାର୍ଯ୍ୟ ଜାରି ରଖିଛି। ପୋଲ୍‌ଟ୍ରି ଫାର୍ମର ହ୍ୟାଚେରୀରେ ଥିବା ଇନ୍‌କ୍ୟୁବେଟର ଉନ୍ନତମାନର ହୋଇଥିବା ବେଳେ ସପ୍ତାହକୁ ୪,୫୦୦ ଚିଆଁ ଉତ୍ପାଦନ ହେଉଛି। ଜିଲ୍ଲା ଭିତରୁ ଏବ˚ ବାହାରୁ ବହୁ କୁକୁଡ଼ା ବ୍ୟବସାୟୀ ଚିଆଁ କିଣିବାକୁ ଭିଡ଼ କରୁଛନ୍ତି। ହ୍ୟାଚେରୀର କ୍ଷମତା ଯଦି ବୃଦ୍ଧି କରାଯାଆନ୍ତା ତେବେ ଅଧିକରୁ ଅଧିକ କାରବାର ହେବା ସହ କୁକୁଡ଼ା ଚାଷୀ ଉପକୃତ ହୋଇପାରନ୍ତା ବୋଲି ମତ ପ୍ରକାଶ ପାଇଛି।

Share

Leave a Reply