maa mangala vihar

ନୂଆବର୍ଷରୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ

କେବଳ ଫାସ୍‌ଟ୍ୟାଗ୍‌ରେ ପେମେଣ୍ଟ

0

ଅନୁଗୁଳ: ନୂଆବର୍ଷରୁ ଦେଶର ଜାତୀୟ ରାଜପଥ ଗୁଡିକରେ ଥିବା ସବୁ ଟୋଲ୍‌ ପ୍ଲାଜାରେ ନଗଦ କାରବାର ବନ୍ଦ ହେବ। ଫାସ୍‌ଟ୍ୟାଗ୍‌ ବାଧ୍ୟତାମୂଳକ ହେବ। ଟୋଲ୍‌ ପ୍ଲାଜାରେ ନଗଦ କାରବାର ପାଇଁ କୌଣସି ଲେନ୍‌ ରହିବ ନାହିଁ। ତେଣୁ ଗାଡ଼ି ମାଲିକମାନଙ୍କୁ ନିଶ୍ଚିତ ରୂପେ ଗାଡ଼ିରେ ଫାସ୍‌ଟ୍ୟାଗ୍‌ ଲଗାଇବାକୁ ପଡ଼ିବ। ବର୍ତ୍ତମାନ ଟୋଲ୍‌ ପ୍ଲାଜାରେ ୭୫% ପେମେଣ୍ଟ ଫାସ୍‌ଟ୍ୟାଗ୍‌ ଜରିଆରେ ହେଉଛି। କେବଳ ଗୋଟିଏ ଲେଖାଏଁ ଲେନରେ ନଗଦ କାରବାର ହେଉଛି। ସବୁ ଗାଡ଼ିରେ ଯେଭଳି ଫାସ୍‌ଟ୍ୟାଗ୍‌ ଲାଗିବ ତାହା ନିଶ୍ଚିତ କରିବା ଲାଗି ଟୋଲ୍‌ ପ୍ଲାଜାଗୁଡ଼ିକରେ ପଏଣ୍ଟ ଅଫ୍‌ ସେଲ୍‌ (ପିଓଏସ୍‌) ମେସିନ ଧରିଥିବା ଲୋକ ମୁତୟନ କରିବା ଉପରେ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ବିଚାର କରୁଛନ୍ତି। ସେମାନେ ତୁରନ୍ତ ଫାସ୍‌ଟ୍ୟାଗ୍‌ ଜାରି କରିବେ ଏବ˚ ତାହାର ରିଚାର୍ଜ ମଧ୍ୟ କରାଇବେ। ଫାସ୍‌ଟ୍ୟାଗ୍‌ ବିଷୟରେ ଯେଭଳି ସବୁ ଗାଡ଼ି ଚାଳକ ସଚେତନ ହେବେ ତାହା ନିଶ୍ଚିତ କରିବା ଲାଗି ବ୍ୟାପକ ସଚେତନତା ଅଭିଯାନ ଆରମ୍ଭ ହେବ। ତୃତୀୟ ପକ୍ଷ ବୀମା ହାସଲ କରିବା ଲାଗି ଚାରିଚକିଆ ଓ ତା’ଠାରୁ ବଡ଼ ଗାଡ଼ିଗୁଡ଼ିକ ଲାଗି ଫାସ୍‌ଟ୍ୟାଗ୍‌କୁ ବାଧ୍ୟତାମୂଳକ କରାଯାଇଛି। ଏହି ନିୟମ ଏପ୍ରିଲ୍‌ ୧ରୁ ଲାଗୁ ହେବ। ବାଣିଜ୍ୟିକ କାର୍ଯ୍ୟରେ ବ୍ୟବହାର ହେଉଥିବା ବଡ଼ ଗାଡ଼ିଗୁଡ଼ିକର ଫିଟ୍‌ନେସ୍‌ ସାର୍ଟିଫିକେଟ୍‌ର ନବୀକରଣ କରିବା ଲାଗି ଜାନୁଆରି ୧ରୁ ଫାସ୍‌ଟ୍ୟାଗ୍‌କୁ ବାଧ୍ୟତାମୂଳକ କରାଯାଇଛି।


ଫାସ୍‌ଟ୍ୟାଗ୍‌ ହେଉଛି ଇଲେକ୍ଟ୍ରୋନିକ୍‌ ଉପାୟରେ ଟୋଲ୍‌ ଶୁଳ୍କ ସ˚ଗ୍ରହ କରିବାର ଏକ ବ୍ୟବସ୍ଥା ଯାହା ଏନ୍‌ଏଚ୍‌ଆଇ ଦ୍ବାରା ପରିଚାଳିତ ହେଉଛି। ଏହି ଟ୍ୟାଗ୍‌ ରେଡିଓ ତରଙ୍ଗ ଚିହ୍ନଟ ବ୍ୟବସ୍ଥା ଦ୍ବାରା ପରିଚାଳିତ ହେଉଛି। ଫାସ୍‌ଟ୍ୟାଗ୍‌ ସହିତ ଏକ ବ୍ୟାଙ୍କ ଖାତା କିମ୍ବା ପେମେଣ୍ଟ ଵାଲେଟ୍‌ ଲିଙ୍କ୍‌ କରିବାକୁ ପଡ଼ୁଛି। ଗାଡ଼ି ଟୋଲ୍‌ ପ୍ଲାଜା ଦେଇ ଗତି କରିବା ବେଳେ ସେଠାରେ ଲାଗିଥିବା କ୍ୟାମେରା ମାଧୢମରେ ଫାସ୍‌ଟ୍ୟାଗ୍‌ର ସମ୍ପୂର୍ଣ୍ଣ ବିବରଣୀ ମିଳିଯାଉଛି। ଓ ଲିଙ୍କ ହୋଇଥିବା ଆକାଉଣ୍ଟରୁ ଶୁଳ୍କ ବାବଦ ଅର୍ଥ ସ୍ବୟ˚ସକ୍ରିୟ ଭାବେ କଟିଯାଉଛି। ତେଣୁ ଟୋଲ୍‌ ଶୁଳ୍କ ଗଣିବା ଲାଗି ଗାଡ଼ିଗୁଡ଼ିକୁ ଧାଡ଼ିରେ ଠିଆ ହୋଇ ରହିବାକୁ ପଡ଼ୁନାହିଁ। ଜାତୀୟ ରାଜପଥରେ ଥିବା ଟୋଲ୍‌ ପ୍ଲାଜାଗୁଡ଼ିକରୁ ଭିଡ଼ କମ୍‌ କରିବା ଏବ˚ ଯାନବାହନ ଚଳାଚଳକୁ ତ୍ବରିତ କରିବା ଲାଗି ଫାସ୍‌ଟ୍ୟାଗ୍‌ ବ୍ୟବସ୍ଥା ଲାଗୁ କରାଯାଇଛି।

Leave A Reply

Your email address will not be published.