ଅନୁଗୁଳ: ଅନୁଗୁଳ ପୌରପାଳିକା ଏବେ ଘର ପାଇଁ ହୋଲ୍ଡିଂ ଟିକସ, ଦୋକାନ ପାଇଁ ଲାଇସେନ୍ସ ଫି, ଷ୍ଟ୍ରିଟ୍ ଲାଇଟ୍ ପାଇଁ ଟିକସ, ପିଇବା ପାଣି ଟିକସ ନେଉଛି। କିନ୍ତୁ ଆଉ କିଛି ଦିନ ପରେ ଅଳିଆ ପାଇଁ ଅନୁଗୁଳ ସହରବାସୀଙ୍କୁ ଟିକସ ଦେବାକୁ ପଡ଼ିବ। ଗତ ୨୦ ବର୍ଷ ମଧ୍ୟରେ ଅନୁଗୁଳ ସହରର ଲୋକସଂଖ୍ୟା ଢେର ବଢ଼ିଛି। ଦୈନିକ ଟନ୍ ଟନ୍ ଅଳିଆ ବାହାରୁଛି। ଡମ୍ପିଂୟାର୍ଡର ସୁବିଧା ନଥିବାରୁ ଏମ୍ସିସିରେ ସେଗୁଡ଼ିକୁ ପକାଉଛି। ଏଥିପାଇଁ ବହୁ ଅର୍ଥ ଖର୍ଚ୍ଚ ହେଉଛି। ଅନୁଗୁଳ ପୌରପାଳିକା ପକ୍ଷରୁ ତେଣୁ ଲୋକଙ୍କ ଘରୁ ଅଳିଆ ନେଲେ ସେମାନଙ୍କଠାରୁ ଟିକସ ନେବା ପାଇଁ ନିଷ୍ପତ୍ତି ନେଇଛି। ବ୍ୟାଟେରୀଚାଳିତ ଗାଡ଼ିରେ ଶୁଖିଲା ଓ ଓଦା ଅଳିଆ ପୃଥକ୍ ଭାବେ ସଂଗୃହୀତ କରାଯିବ। ଏଥିପାଇଁ ସର୍ଭେ କାମ ଆରମ୍ଭ ହୋଇ ବସ୍ତିବାସିନ୍ଦା ଏବଂ ହୋଲ୍ଡିଂଧାରୀ ଉଭୟଙ୍କ ପାଖରୁ ଟିକସ ସଂଗ୍ରହ ହେବ ବୋଲି ଜଣାପଡ଼ିଛି।
ଅଳିଆ ପାଇଁ ଟିକସ ଦେବେ ସହରବାସୀ
- Post published:October 21, 2020
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
