ବିସ୍ଥାପିତ ପରିବାରଙ୍କୁ ମିଳୁନି ରାସନ, ଜିଲ୍ଲାପାଳଙ୍କୁ ଗୁହାରି

You are currently viewing ବିସ୍ଥାପିତ ପରିବାରଙ୍କୁ ମିଳୁନି ରାସନ, ଜିଲ୍ଲାପାଳଙ୍କୁ ଗୁହାରି

ଅନୁଗୁଳ: ଅନୁଗୁଳ ବ୍ଲକର ପୁରୁଣାକୋଟ ପଞ୍ଚାୟତର ଗୋପାଳପୁରରୁ ବିସ୍ଥାପିତ ହୋଇ ୨୦ଟି ହରିଜନ ପରିବାର ବଡ଼କେରା ପଞ୍ଚାୟତର ଚମ୍ପତିମୁଣ୍ଡାରେ ବସତି କରିଛନ୍ତି। ୬ ମାସ ହେବ ବିସ୍ଥାପିତ ହୋଇଥିଲେ ମଧ୍ୟ ସେମାନେ ପୁରୁଣାକୋଟର ଡିଲରଙ୍କଠାରୁ ରାସନ ପାଉଥିଲେ। କିନ୍ତୁ ଚଳିତ ମାସରେ ଡିଲର ରାସନ ଦେବାକୁ ମନା କରିଛନ୍ତି।

ଚମ୍ପତିମୁଣ୍ଡାରୁ ୩୦ କିଲୋମିଟର ଦୂର ପୁରୁଣାକୋଟ ଯିବାପାଇଁ ଏହି ପରିବାରମାନେ ଖର୍ଚ୍ଚ କରୁଛନ୍ତି। ଏହାକୁ ନେଇ ପ୍ରଦୀପ ନାୟକ, ବିଶି କେସନ ନାୟକ, ରଜନୀ ନାୟକ, ପ୍ରକାଶ ନାୟକ, ବିକାଶ ନାୟକ, ସରୋଜ ନାୟକ ପ୍ରମୁଖ ସୋମବାର ଅନୁଗୁଳ ଜିଲ୍ଲାପାଳଙ୍କୁ ଅଭିଯୋଗ କରିଛନ୍ତି। ସେମାନେ ଚମ୍ପତିମୁଣ୍ଡାର ନୂତନ ବସ୍ତିରେ ବିଜୁଳି, ପାନୀୟ ଜଳ ଓ ସ୍ଥାୟୀ ରାସ୍ତା ନିର୍ମାଣ ପାଇଁ ମଧ୍ୟ ନିବେଦନ କରିଛନ୍ତି।

Share

Leave a Reply