ଅଳିଆ ପୋଡ଼ୁଛି ପୌରପାଳିକା!

You are currently viewing ଅଳିଆ ପୋଡ଼ୁଛି ପୌରପାଳିକା!

ଅନୁଗୁଳ: ଯେତେ କହିଲେ ବି ପୌରପାଳିକା ସୁଧୁରୁନି। ପ୍ରତିଦିନ ସକାଳେ ଝାଡ଼ୁଦାରମାନେ ରାସ୍ତା ଝାଡ଼ୁ କରି ଏକାଠି କରିବା ପରେ ଅଳିଆରେ ନିଆଁ ଲଗାଇ ଦେଉଛନ୍ତି। ଫଳରେ ଚାରିଆଡେ଼ ଧୂଆଁରେ ପୂରିଯାଉଛି। ପ୍ରାତଃ ଭ୍ରମଣ, ଅବା କୌଣସି କମରେ ଘରୁ ବାହାରୁ ଥିବା ଲୋକ ଧୂଆଁରେ ଅଣନି ନିଃଶ୍ୱାସୀ ହୋଇଯାଉଛନ୍ତି। ଅଳିଆ ପୋଡ଼ିବା ଦ୍ବାରା ଛାତି ଓ ଚର୍ମ ରୋଗ ବ୍ୟାପୁଛି। ପୌର କର୍ତ୍ତୃପକ୍ଷ ରାସ୍ତାକଡ଼ ଅଳିଆ ପୋଡ଼ା ବନ୍ଦ କରିବାକୁ ସାଧାରଣରେ ଦାବି ହେଉଛି। ଝାଡ଼ୁଦାରମାନେ ଏପରିକି ଡଷ୍ଟବିନ୍‌ ଭିତରେ ଥିବା ଅଳିଆ ନ ନେଇ ସିଧାସଳଖ ପୋଡ଼ି ଦେଉଥିବା ଅଭିଯୋଗ ହେଉଛି।

Share

Leave a Reply