ଅନୁଗୁଳ: ପାଳଲହଡା ବ୍ଲକ ଖମାର ବନାଞ୍ଚଳର କରଡାପାଳ ଗାଁ ନିକଟରେ ଏକ ୭୵୮ ବର୍ଷର ଅସୁସ୍ଥ ମାଈ ହାତୀ ସୋମବାର ଠାବ କରିଥିଲା ବନ ବିଭାଗ। ହାତୀ ଅସୁସ୍ଥ ଥିବା ସୂଚନା ପାଇ ବନ କର୍ମଚାରୀ ତଲାସି ଚଳାଇ ଥିଲେ। ଆଜି ବନ କର୍ମଚାରୀ କରଡାପାଳ ଗ୍ରାମର ଫକୀର ପ୍ରଧାନଙ୍କ ବିଲରେ ହାତୀ ଠାବ କରି ତାର ଚିକିତ୍ସା ଆରମ୍ଭ କରିଥିଲେ। ହାତୀର ଅବସ୍ଥା ଅତି ଗୁରୁତର ହୋଇଥିବାରୁ ସ୍ଥାନୀୟ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କ ଦ୍ଵାରା ଚିକିତ୍ସା କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ହାତୀ ଆଖି ବୁଜିଥିଲା। ଶବ ବ୍ୟବଛେଦ ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ।
ଅସୁସ୍ଥ ହାତୀର ମୃତ୍ୟୁ
- Post published:November 23, 2020
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
