ଅନୁଗୁଳ: ୨୦୧୬ ମସିହାରୁ ଆରମ୍ଭ ହୋଇଥିବା ୫୫ ନ˚ ଜାତୀୟ ରାଜପଥର ଦୋହରୀକରଣ ଏବ˚ ପ୍ରଶସ୍ତିକରଣ କାର୍ଯ୍ୟ କଚ୍ଛପ ଗତିରେ ଚାଲିଛି। କାମ ଅସମ୍ପୂର୍ଣ୍ଣ ହେତୁ ଅନେକ ସମୟରେ ଦୁର୍ଘଟଣା ଘଟି ଧନଜୀବନ ହାନି ଘଟୁଛି। କଟକ-ସମ୍ବଲପୁରକୁ ସ˚ଯୋଗ କରୁଥିବା ଏହି ଜାତୀୟ ରାଜପଥ ନିର୍ମାଣ ଦାୟିତ୍ବ ଗାୟତ୍ରୀ କନ୍ଷ୍ଟ୍ରକ୍ସନ ନାମକ ଏକ ଠିକାସ˚ସ୍ଥାକୁ ଦିଆଯାଇଛି। ଏଥିପାଇଁ କମ୍ପାନିକୁ ଦିଆଯାଇଥିବା ଧାର୍ଯ୍ୟ ସମୟ ମଧ୍ୟ ଅତିକ୍ରାନ୍ତ ହୋଇସାରିଲାଣି। ରାସ୍ତା ନିର୍ମାଣ କାର୍ଯ୍ୟ ଯେତେ ବିଳମ୍ବ ହେଉଛି ଏହାର ଖର୍ଚ୍ଚ ମଧ୍ଯ ଅଟକଳ ରାଶି ଠାରୁ ବଳି ଯାଉଛି। ଅଧାପନ୍ତରିଆ ଓ ଖାଲଖମା ରାସ୍ତା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ବହୁ ଧନଜୀବନ ନଷ୍ଟ ହେଉଛି। କାମ ସରୁନଥିବାରୁ ଅନୁଗୁଳରୁ ବହୁ ସ˚ଗଠନ ଏଥିନେଇ ପ୍ରତିବାଦ କଲେ ମଧ୍ୟ କୌଣସି ସୁଫଳ ମିଳିପାରାୁନାହିଁ। ଏହାଛଡ଼ା ଜମି ଅଧିଗ୍ରହଣ ସମସ୍ୟା ଯୋଗୁଁ କେତେକ ସ୍ଥାନରେ କାମ ଆଗେଇ ପାରୁନାହିଁ। ଏ ପ୍ରସଙ୍ଗରେ ଜାତୀୟ ରାଜପଥ ବିଭାଗ ଏବେ ଡିସେମ୍ବର ୨୧ ସୁଦ୍ଧା କାର୍ଯ୍ୟ ସମ୍ପନ୍ନ ହେବ ବୋଲି କହୁଛନ୍ତି। ଯଥାଶୀଘ୍ର ଏହି ରାସ୍ତାର ନିର୍ମାଣ କାର୍ଯ୍ୟ କରିବାକୁ ଜିଲ୍ଲା ପ୍ରଶାସନ ଚାହୁଁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ଭିନ୍ନ। ନିର୍ମାଣ ସରୁନି କି ରାସ୍ତା ମରାମତି ନିମନ୍ତେ ତାଗିଦକୁ ଠିକାସଂସ୍ଥା କି ଏନଏଚଏଆଇ ଭ୍ରୁକ୍ଷେପ କରୁ ନଥିବାରୁ ୫୫ ନମ୍ୱର୍ ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି।
କଚ୍ଛପ ଗତିରେ ଚାଲିଛି ୫୫ ନ˚ ଜାତୀୟ ରାଜପଥ କାମ
- Post published:December 15, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik
